28/04/2021
ବଳଙ୍ଗା/ପୁରୀ 📌
EDITOR BY/- Srinibash Rout
ଯାତ୍ରା ଜଗତ ପାଇଁ କୋରନା ସାଜିଲା କାଳ। ଯାତ୍ରା ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ ଓରଫ ଜଗା ରାଉତଙ୍କ ଦେହାନ୍ତ। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ( ୨୭/୦୪/୨୦୨୧) ତାଙ୍କର ଦେହାନ୍ତ ହୋଇଛି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମରେ ଜନ୍ମିତ ଜଗା ରାଉତଙ୍କୁ ୮୩ ବର୍ଷ ହୋଇଥିଲା । ୬୨ ବର୍ଷ ଧରି ଯାତ୍ରା ଅଭିନୟ ସହ ଜଡ଼ିତ ଥିଲେ କମେଡିଆନ ଜଗା ରାଉତ ।ଯାତ୍ର ସହ ସେ ଓଡିଆ ସିନେମାରେ ମଧ୍ୟ ଅଭିନୟ କରି ଲୋକମାନଙ୍କୁ ହସାଇ ପାରିଛନ୍ତି । ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୁ ଆଣିଥିଲି ବେଶ୍ୟାପଡାରୁ, କହଲୋ ବଉଳ କିଏ ତୋ ବର ଭଳି ଯାତ୍ରାରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଗୋଟେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ ହାସ୍ୟ ଅଭିନେତା ଜଗା ରାଉତ ।ଯାତ୍ରା ଜଗତ ରେ ହସି ହସି ବେଦମ କରୁଥିବା ବ୍ୟକ୍ତି ସମସ୍ତ ଙ୍କ ପ୍ରିୟ ଜଗା ରାଉତ ସୋମବାର ଚିର ନିଦ୍ରା ରେ ସୋଇଯାଇଛନ୍ତି। ସମସ୍ତଙ୍କୁ ଶୋକ ସାଗର ରେ ଭସେଇ ସେ ଚାଲିଗଲେ ଆରପାରିକୁ । ଆମର SOCIAL NEWS ODIA ପରିବାର ତରଫରୁ 🪔 ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କର ଅମର ଆତ୍ମାର ସଦଗତି୍ ହେଉ ।
WWW.SOCIALNEWSODIA.INFO🔭
0 Comments