10/04/2021


🌍


Editor by/- Srinibash Rout

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର ତୁଳନାରେ ସୁସ୍ଥ ହାର ଖୁବ୍ କମ୍ ରହୁଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ୪୦୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୦୩ରେ ପହଞ୍ଚିଛି।


ତେବେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଦାରୁ ସର୍ବାଧିକ ୭୩ ଜଣ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୫୭, ବରଗଡ଼ରୁ ୩୪, ନୂଆପଡ଼ାରୁ ୩୨, ସୁନ୍ଦରଗଡ଼ରୁ ୩୧, ଅନୁଗୁଳରୁ ୨୭, କଟକରୁ ୨୬, ଝାରସୁଗୁଡ଼ାରୁ ୧୭, ଷ୍ଟେଟପୁଲରୁ ୧୫, ସମ୍ବଲପୁରରୁ ୧୪ ଓ କେନ୍ଦୁଝରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।




WWW. SOCIALNEWSODIA.INFO📡