28/04/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ବିଶିଷ୍ଟ କଥାକାର ମନୋଜ ଦାସ ଆଉ ନାହାନ୍ତି । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଓଡିଆ ସାହିତ୍ୟର ଏହି କିମ୍ବଦନ୍ତୀ ପୁରୁଷଙ୍କ ବିୟୋଗ ଭାରତୀୟ ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି । ପଣ୍ଡିଚେରୀର ଆଶ୍ରମ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ସୋମବାର (୨୭/୦୪/୨୦୨୧) ସଂଧ୍ୟା ସମୟରେ ତାଙ୍କର ବିୟୋଗ ହୋଇଛି । ୧୯୬୩ ମସିହାରୁ ହିଁ ସେ ସେହି ଶ୍ରୀ ଅରବିନ୍ଦ ଆଶ୍ରମରେ ଅବସ୍ଥାନ କରି ଆସୁଥିଲେ ଏବଂ ବେଶ୍ କିଛି ଦିନ ଧରି ଅସୁସ୍ଥ ରହିଥିଲେ ।ବାଲେଶ୍ବର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ୧୯୩୪ ମସିହା ଫେବ୍ରୁଆରୀ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମନୋଜ ଦାସ । ସେ ପଦ୍ମଶ୍ରୀ, ପଦ୍ମଭୂଷଣ, ସରସ୍ବତୀ ସମ୍ମାନ, ସାରଳା ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।ସ୍ବର୍ଗତ ଦାସଙ୍କ ବିୟୋଗରେ ସାହିତ୍ୟ ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ନିଶ୍ଚୟ ।ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରେଫସର ଗଣେଶୀ ଲାଲଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ନିଧନରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆମ SOCIAL NEWS ODIA ପରିବାର ତରଫରୁ 🪔



WWW.SOCIALNEWSODIA.INFO