21/04/2021



କଟକ/ଭୁବନେଶ୍ୱର 📌


EDITOR BY/- Srinibash Rout

କରୋନା ସଂକ୍ରମଣ ଯୋଗୁଁ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଭୁବନେଶ୍ୱର, କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ । କଟକ/ଭୁବନେଶ୍ୱରରେ ସଧାରଣ ଲୋକଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖାଯାଇଛି । କେବଳ ଦୈନନ୍ଦିନ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ । ପୂଜକ ଏବଂ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ପୂଜକ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏଥି ହାତ ଧୋଇବାକୁ ହ୍ୟାଣ୍ଡୱାସ ରଖିବାକୁ ପରିଚାଳନା କମିଟିଗୁଡିକୁ ନିର୍ଦ୍ଦେଶ ରହିଛି । 


ଆଜି ପବିତ୍ର ଶ୍ରୀରାମ ନବମୀ ।ଆଜିର ଦିନକୁ ସବୁଠି ରାମ ନବମୀ ଭାବେ ପାଳନ କରାଯାଏ । ଏହି ଦିନରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଦିନକୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ । ରାମ ନବମୀ ଉପଲକ୍ଷେ ୯ ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ କରାଯାଏ । ବିଶେଷ ଭାବେ ରାମଚରିତ ମାନସ ପାଠ କରାଯାଯାଇଥାଏ । ହେଲେ କରୋନା ପାଇଁ ଏଥର ଫିକା ଫିକା ପଡିବ ରାମ ନବମୀ । ଲୋକେ ଗୋଟିଏ ସ୍ଥାନରେ ଏକାଠି ହେବା ପାଇଁ ବାରଣ ହୋଇଥିବାରୁ ଯାହା କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯିବ ।



WWW. SOCIAL NEWS ODIA.INFO📡