28/04/2021
ନୂଆଦିଲ୍ଲୀ 📌
EDITOR BY/- Srinibash Rout
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (୨୬/୦୪/୨୦୨୧) ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାଓ୍ୱତଙ୍କ ସହ କୋଭିଡ୍ ସ୍ଥିତିରେ ସେନାର ଭୂମିକା ଉପରେ ଆଲୋଚନା କରିଛନ୍ତି। ବିଶେଷ କରି କୋଭିଡ୍ ମୁକାବିଲାରେ ସେନା ପକ୍ଷରୁ ଯେଉଁସବୁ କାର୍ଯ୍ୟ କରାଯାଉଛି, ସେ ସମ୍ପର୍କରେ ଜେନେରାଲ ରାଓ୍ୱତ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଦେଶରେ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ହସ୍ପିଟାଲ୍ରେ ଅକ୍ସିଜେନ ଓ ବେଡ୍ର ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ଅଧିକ ଡାକ୍ତର ଓ ନର୍ସଙ୍କ ଆବଶ୍ୟକତା ପଡ଼ୁଥିବାରୁ ଅବସରପ୍ରାପ୍ତ ସେନା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯିବା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଜେନେରାଲ ରାଓ୍ୱତ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ କରାଯାଉ। ସେହିପରି ଅବସର ନେଇଥିବା ନର୍ସିଂ ଷ୍ଟାଫ୍ଙ୍କୁ ମଧ୍ୟ ନିୟୋଜିତ କରିବା ଲାଗି ଜେନେରାଲ୍ ରାଓ୍ୱତ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ସେନା ଶିବିରରେ ଉପଲବ୍ଧ ଥିବା ଅକ୍ସିଜେନ୍ ସିଲିଣ୍ଡର୍ ତୁରନ୍ତ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ ବୋଲି ଜେନେରାଲ୍ ରାଓ୍ୱତ୍ କହିଛନ୍ତି। ସେହିପରି ସେନାର ଡାକ୍ତରମାନେ ଯେଉଁଠାରେ ଆବଶ୍ୟକ ପଡ଼ୁଛି ସେଠାରେ ଜରୁରୀକାଳୀନ ସେବା ମଧ୍ୟ ଯୋଗାଇ ଦେଉଥିବା ଜେନେରାଲ୍ ରାଓ୍ୱତ୍ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ସେହିପରି ସେନା ପକ୍ଷରୁ ଭାରତ ଓ ବିଭିନ୍ନ ଦେଶକୁ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
WWW. SOCIALNEWSODIA.INFO📡
0 Comments