19/04/2021



ନୂଆଦିଲ୍ଲୀ📌


EDITOR BY/- Srinibash Rout

୪ ମାସ ହେଲା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ଦୈନିକ ୨ ଲକ୍ଷରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମିତ ଚିହ୍ନଟ ହୋଇଚାଲିଥିବାରୁ କେନ୍ଦ୍ର ସରକାର ଆସନ୍ତା ମେ’ ପହିଲାରୁ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ କୋଭିଡ୍ ଟିକା ଯୋଗାଇ ଦିଆଯିବ ବୋଲି ସୋମବାର (୧୯/୦୪/୨୦୨୧) ଘୋଷଣ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମୋଦୀ କହିଛନ୍ତି ଯେ ପାଖାପାଖି ବର୍ଷେ ହେଲା କେନ୍ଦ୍ର ସରକାର କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ସକାଶେ ଯଥାସମ୍ଭବ ପ୍ରୟାସ କରିଆସିଛନ୍ତି। ଖୁବ କମ୍ ଦିନ ଭିତରେ ଦେଶରେ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଟିକା ପ୍ରସ୍ତୁତ ହୋଇପାରିଲା ଓ ଏହା କୋଭିଡ୍ ସଂକ୍ରମିତଙ୍କୁ ଦିଆଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମିଥିଲା। ଆଗାମୀ ମେ’ ପହିଲାରୁ ଦେଶରେ ୩ୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଏଥିରେ ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଟିକା ଦିଆଯାଇପାରିବ। ଏହି ପର୍ଯ୍ୟାୟ ସକାଶେ ଆବଶ୍ୟକ କୋଭିଡ୍ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସିଧାସଳଖ ଉତ୍ପାଦନକାରୀ କମ୍ପାନୀ ଠାରୁ ହାସଲ କରିପାରିବେ। ସେହିପରି ଟିକା ଉତ୍ପାଦନକାରୀମାନେ ମଧ୍ୟ ମେ’ ପହିଲାରୁ କୋଭିଡ୍ ଟିକା ରହିଥିବା ଶିଶିକୁ ଖୋଲା ବଜାରରେ ବିକ୍ରି କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଦେଶର କୋଭିଡ୍ ଟିକା ଉତ୍ପାଦନକାରୀ କମ୍ପାନୀମାନେ ସେମାନଙ୍କ ଉତ୍ପାଦର ୫୦ ପ୍ରତିଶତ ସରକାରଙ୍କୁ ଦେବେ ଓ ଅବଶିଷ୍ଟ ୫୦ ପ୍ରତିଶତ ଖୋଲା ବଜାରରେ  ବିକ୍ରି କରିପାରିବେ। ସେହିପରି ବିଦେଶରୁ ଆମଦାନି ହୋଇଆସୁଥିବା ବିଭିନ୍ନ କୋଭିଡ୍ ଟିକା ଏଣିକି ଖୋଲାଖୋଲି ଭାବେ ସର୍ବସାଧାରଣରେ ବିକ୍ରି କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ଜାରି ବିଜ୍ଞପ୍ତିରେ କହିଛନ୍ତି। କରୋନା ଭାଇରସ ମହାମାରୀ କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର/ରାଜ୍ୟ ସରକାର ଦିନ ରାତି ସଂଘର୍ଷ କରୁଛନ୍ତି । ମହାମାରୀ ଭାଇରସ ପବନରେ ଉଡୁଛି ସୁଯୋଗ ସୁବିଧା ଦେଖି ଶରିର ଭିତରେ ପ୍ରବେଶ କରୁଛି । ନିତି ନିୟମ ମାନିବା ସୁସ୍ଥ ସ୍ଥିର ସୁରକ୍ଷିତ ଦୀର୍ଘାୟୁ ରହିବା ।




WWW. SOCIALNEWSODIA.INFO