05/04/2021
ମହାରାଷ୍ଟ୍ର 📌
Editor by/- Srinibash Rout
ବିବାଦରେ ଫସିଥିବା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର (୦୫/୦୫/୨୦୨୧) ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ I ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ୧୦୦ କୋଟିର ବଟି ଆଦାୟ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଥିଲା ।
ଆଜି ବମ୍ବେ ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶର ମାତ୍ର କିଛି ଘଣ୍ଟା ପରେ ଶ୍ରୀ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
www. socialnewsodia.info
0 Comments