20/04/2021


🌍


EDITOR BY/- Srinibash Rout

କୁମ୍ଭ ମେଳାରେ କୋରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି ।ହରିଦ୍ବାର କୁମ୍ଭମେଳାରେ ସାମିଲ ହୋଇ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। କୁମ୍ଭମେଳା ଫେରନ୍ତାଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିମାନ ବା ଟ୍ରେନ୍‌ରେ ଫେରିବା ପୂର୍ବରୁ କୁମ୍ଭମେଳାର ଶ୍ରଦ୍ଧାଳୁ ଏହି ଟେଷ୍ଟ୍‌ କରିବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ ଏସ୍‌ଆରସି ଚିଠି ଲେଖିଛନ୍ତି। କୁମ୍ଭମେଳାରେ ସାମିଲ୍‌ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ ନିର୍ଦେଶ ଦିଆଯାଇଛି। ସେମାନେ ବୁଲିଥିବା ସ୍ଥାନ, ପରିଭ୍ରମଣ ଯୋଜନାର ତଥ୍ୟ ନେବାକୁ ନିର୍ଦେଶ ଦେଇଛନ୍ତି। ଓଡ଼ିଶା ଫେରିବା ପରେ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖାଗଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ ସ୍ବାସ୍ଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେବେ। ‌ସେହିପରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବ୍ଲକ୍‌ ଉନ୍ନୟନ ଅଧିକାରୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀଙ୍କୁ ରି‌ପୋର୍ଟ ଦେବେ। ଜିଲ୍ଲାପାଳମାନେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଓ ଏସ୍‌ଆରସିଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବେ। କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଜକୁ ସ୍ୱେଚ୍ଛାକୃତ ଭାବେ ଆଇସୋଲେସନରେ ରଖିବା ସହ ସ୍ଥାନୀୟ ବିଡିଓ ଅବା ମ୍ୟୁନିସପାଲଟି କି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ। ସେମାନେ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ କରିବେ।  ପ୍ରତ୍ୟେକ ଦିନ ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଓ ଏଆର୍‌ସିଙ୍କ ଅଫିସ୍‌କୁ ପଠାଇବାକୁ  ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଏସ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି ।



WWW. SOCIALNEWSODIA.INFO