23/04/2021


ଇନ୍ଦୋର📌


EDITOR BY/- Srinibash Rout

ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଜ୍ୱର ହେବାରୁ ସୁମିତ୍ରାଙ୍କୁ ଇନ୍ଦୋରର ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର (୨୨/୦୪/୨୦୨୧) ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। କିଛି ଦିନ ତଳେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ମେଡିକାଲରେ ଚିକିତ୍ସା ଚାଲିଥିବା ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।


୧୯୪୩ ମସିହା ଏପ୍ରିଲ ୧୨ରେ ଜନ୍ମଗ୍ରହଣ କରିଥିବା ସୁମିତ୍ରା ମହାଜନ ବିଜେପିର ଜଣେ ବରିଷ୍ଠ ନେତ୍ରୀ ଭାବେ ଜଣାଶୁଣା ।୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲୋକସଭାରେ ବାଚସ୍ପତି ଭାବେ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି ସୁମିତ୍ରା । ନିଜର ଦକ୍ଷତା ଏବଂ ପାରଦର୍ଶିତା ଯୋଗୁ ପରିଚିତ ରହିଥିଲେ । ଗୃହରେ ସଦସ୍ୟଙ୍କୁ ନେଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାରେ ଦକ୍ଷ ରହିଥିଲେ ସୁମିତ୍ରା ମହାଜନ । ଆମ SOCIAL NEWS ODIA 📡 ପରିବାର ତରଫରୁ 🙏🏻ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କର ଅମର ଆତ୍ମାର ସଦଗତି୍ ହେଉ 🪔



WWW. SOCIALNEWSODIA.INFO