25/04/2021
ଦିଲ୍ଲୀ 📌
EDITOR BY/- Srinibash Rout
ଦିଲ୍ଲୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ଅକ୍ସିଜେନ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ତାହା ଜଣାଇବାକୁ ।ଅକ୍ସିଜେନ୍ ଅଭାବକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, କେନ୍ଦ୍ର, ରାଜ୍ୟ କିମ୍ବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଯିଏ ବି ବାଧା ସୃଷ୍ଟି କରୁଛି ତାକୁ ଆମେ ଉଚିତ୍ ଦଣ୍ଡ ଦେବୁ ।ତେବେ କରୋନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଏପରି କହିଛନ୍ତି ।ଦିଲ୍ଲୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର ଏପରି ଦୋଷୀ ଅଧିକାରୀଙ୍କ ବିଷୟରେ କେନ୍ଦ୍ରକୁ ମଧ୍ୟ ସୂଚନା ଦିଅ ଯାହା ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ମହାରାଜା ଅଗ୍ରସେନ୍ ହସ୍ପିଟାଲର୍ ଏକ ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ୍ ବିପିନ୍ ସାଙ୍ଘୀ ଏବଂ ଜଷ୍ଟିସ୍ ରେଖା ପାଲୀଙ୍କ ଖଣ୍ଡପୀଠ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି । ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ ସମ୍ପର୍କରେ ଅଗ୍ରସେନ୍ ହସ୍ପିଟାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।
WWW. SOCIALNEWSODIA.INFO
0 Comments