୧୪। ୦୪ । ୨୦୨୧
କେନ୍ଦ୍ରାପଡା
ମାଧବାନନ୍ଦ ସ୍ଵାଇଁ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବାଲିସାହିପାଟଣା ପଞ୍ଚାୟତ ଅନ୍ତର୍ଗତ ବାରଦିଆ ଗ୍ରାମରେ ଦିର୍ଘ ଦଶନ୍ଧି ଧରି ହେଇ ଆସୁଥିବା । ହନୁମାନ ଜୟନ୍ତ୍ତୀ ରାମନବମୀ ସହ ଅଷ୍ଟପ୍ରହରୀ ନାମ ସଂର୍କିତ୍ତନ ମହା ଧୁମଧାମରେ ପାଳନ ହୋଇଛି । ଏଥିରେ ସମସ୍ତ ଗ୍ରାମବାସୀମାନେ ଅଂଶଗ୍ରହଣ କରିଥିଲେ । ଗତକାଲି ସନ୍ଧ୍ୟାରେ ବାରଦିଆ ଗ୍ରାମରୁ କଳସ ଯାତ୍ରା ରେ ବାହରି ଚମ୍ଫାଦିଆ ଗ୍ରାମରେ କଳସ ବୁଡାଇ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ପରେ ପରେ ମା ଥାନପତୀ ପ୍ରାଙ୍ଗଣରେ ଗତକାଲିଠୁ ନାମ ସଂକ୍ରିତ୍ତନ ଚାଲୁ ରହିଛି ଆସନ୍ତାକଲି ଅର୍ଥାତ ଗୁରୁବାର ଦିନ ଶେଷ ହେବ । ପରେ ପରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାମନବମୀ ଅନୁଷ୍ଠିତ ହେବ । କିନ୍ତୁ ଆଜି ପଣା ସଂକ୍ରାନ୍ତି ଉପଲକ୍ଷେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଅପରାହ୍ନ ୪.୧୫ ସମୟରେ ଗୋ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଅହରାହ୍ନ ଏବଂ ରାତ୍ର ସମୟରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ବାରଦିଆ ପୂଜା କମିଟିରୁ ବ୍ୟବସ୍ଥା ମଧ୍ୟ କରାଯାଇଛି । ୧୩ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରତେକ ସନ୍ଧ୍ୟା ସମୟରେ ଆସନ୍ତାକାଲିଠୁ ପ୍ରବଚନ ର ବ୍ୟବସ୍ଥା ମଧ୍ୟ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।
0 Comments