30/04/2021
କଟକ 📌
CHIEF REPORTER & EDITOR/- Srinibash Rout
ଶେଖ ବାବୁ ଓରଫ ବରେନ ବାବୁ ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ଡାହାଣ ହାତ ବା ସହଯୋଗୀ ଭାବେ ପରିଚିତ ।ଶେଖ ବାବୁ ନାଁରେ ରହିଛି ବହୁ ଆପରାଧିକ ମାମଲା ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ମାମଲାରେ ଫେରାର ଥିଲା ବାବୁ । ଗୁରୁବାର (୨୯/୦୪/୨୦୨୧) ରାତି ରାତି ୯ଟା ୪୦ରେ କମିଶନରେଟ୍ ପୋଲସର ସ୍ପେଶାଲ ସ୍କ୍ୱାଡ଼ ଅପରାଧୀ ଶେଖ ବାବୁକୁ ଏନକାଉଣ୍ଟର କରିଛି। ବାରଙ୍ଗ-ଚନ୍ଦକା ରାସ୍ତାରେ ଏନ୍କାଉଣ୍ଟର ପରେ ବାବୁ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ପୂର୍ବରୁ ମଧ୍ୟ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଥିଲା ବାବୁ । ତା ନାଁରେ କଟକର ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି ।ପୋଲିସ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା ଶେଖ ବାବୁ ପୋଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇଛି ।ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି ।ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଅପରାଧ ଅପରାଧୀ ସାମ୍ରାଜ୍ୟ ମୁଣ୍ଡ ଟେକିବାକୁ ଚେଷ୍ଟା କଲେ କି ଚେଷ୍ଟା କରୁଥିଲେ ବନ୍ଧା ହେବେ ବିଚାର ବିଭାଗୀୟ ହାଜତକୁ ଯିବେ ସମୟ ଆସିଲେ ଏନ୍କାଉଣ୍ଟର ।
WWW. SOCIALNEWSODIA.INFO
0 Comments