29/04/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ଏକ ଓୟୋ ହୋଟେଲରେ ବେଟିଂ ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା କମିଶନରେଟ୍ ପୋଲିସ୍ ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ ଗୋଟିଏ କାର ସହ କୋଟିଏ ଟଙ୍କା ଜବତ ହୋଇଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଅଡ୍ଡା) ଚାଲିଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି କମିସନରେଟ୍ ପୁଲିସ୍ । ସୂଚନା ଅନୁସାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତ ଝାଡଖଣ୍ଡ ଓ ଭୁବନେଶ୍ୱର ଅଞ୍ଚଳର । ଘଟଣାଟି ଘଟିଛି ବୁଧବାର (୨୮/୦୪/୨୦୨୧) ଅପରାହ୍ନରେ ।ଗତ କିଛି ଦିନ ହେବ ଅପରାଧ ସାମ୍ରାଜ୍ୟ ମୁଣ୍ଡ ତଳ ମୁହଁ ଆ କରିଥିବା ବେଳେ ପୁଣି ମୁଣ୍ଡ ଟେକିବା ଆରମ୍ଭ ଦେଲେଣି । ଅପରାଧ ଘଟାଇଥିବା ଅପରାଧୀଙ୍କୁ ଧରିବା ପାଇଁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ରହିଛି ସୁରକ୍ଷା ବିଭାଗ ବା POLICE । ଜନସାଧାରଣଙ୍କ ସହଯୋଗ ସାହାଯ୍ୟ ଅତ୍ୟନ୍ତ ଜରୁରୀ ।
WWW.SOCIALNEWSODIA.INFO
0 Comments