24/04/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ. ଭି. ରମଣା ।ରାଷ୍ଟ୍ରପତିଭବନରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରାମନ୍ନା ଶନିବାର (୨୪/୦୪/୨୦୨୧) ଶପଥ ଗ୍ରହଣ କରିଛନ୍ତି ।ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇଛନ୍ତି। ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ ଏନ. ଭି. ରମଣା ।ଜଷ୍ଟିସ୍ ଏନ. ଭି. ରମଣା ୨୦୦୦ ମସିହା ଜୁନ୍ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୨୧ ଫେବୃଆରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ।
ଆନ୍ଧ୍ରପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ଜଷ୍ଟିସ୍ ଏନ. ଭି. ରମଣା ଜନ୍ମଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବଡେଙ୍କ କାର୍ଯ୍ୟକାଳ ଶୁକ୍ରବାର (୨୩/୦୪/୨୦୨୧) ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।
WWW. SOCIALNEWSODIA.INFO
0 Comments