17/04/2021
🌍
EDITOR BY/- Srinibash Rout
ଅଭୁଲା ସ୍ମୃତି ଚିର ସ୍ମରଣୀୟ ।୧୯୧୬ ମାର୍ଚ୍ଚ ୫ତାରିଖରେ କଟକ📌ଠାରେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ ।ତାଙ୍କର ନିର୍ଭିକତା, ନିଃସ୍ୱାର୍ଥପରତା ଏବଂ ଓଡ଼ିଶାର ପ୍ରଗତି ପାଇଁ ତାଙ୍କର ପ୍ରତିବଦ୍ଧତା ଆମକୁ ସବୁବେଳେ ଅନୁପ୍ରାଣିତ କରୁଥିବ। ଆମେ ସବୁବେଳେ ବିଜୁ ବାବୁଙ୍କ ଆଦର୍ଶରୁ ପ୍ରେରଣା ପାଇବୁ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ବିଜୁବାବୁ ଙ୍କ ମୃତ୍ୟୁ ଦିଲ୍ଲୀରେ ହେଲା l ତାଙ୍କ ମୃତ ଦେହକୁ ବିମାନରେ ଓଡିଶାକୁ ଅଣାଗଲା lବିଜୁବାବୁ ଙ୍କ ପାର୍ଥିବଶରୀର କୁ ଏକ ବିରାଟ ପଟୁଆର ରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଶେଷଯାତ୍ରାରେ ନିଆଗଲା l ସ୍ୱତପବୃତ୍ତ ଭାବେ ବିମାନ ବନ୍ଦର ଠାରୁ ନବୀନନିବାସ ଓ ନବୀନନିବାସ ରୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ପ୍ରାୟ ପାଞ୍ଚଲକ୍ଷ ଲୋକ ପଟୁଆର ସାଙ୍ଗେ ଦୌଡ଼ି ଦୌଡ଼ି ଅନ୍ତିମସତ୍କାର ରେ ଯୋଗଦେବା ପାଇଁ ସାମିଲ ହେଲେ l କିଛି ଲୋକ କାନ୍ଦି କାନ୍ଦି ମୁର୍ଚ୍ଛା ଗଲେ ଓ ଅନ୍ୟ କିଛି ଲୋକ ଚଳତଶକ୍ତି ହରାଇଲେ l ସେଦିନ କିଛି କିଛି ଲୋକଙ୍କ ଘରେ ରନ୍ଧାବଢ଼ା ବନ୍ଦ ହୋଇଗଲା। ବିଜୁବାବୁଙ୍କୁ ଦେଖିବାକୁ ସଭିଏଁ ସ୍ୱର୍ଗଦ୍ୱାର ଦୌଡ଼ି ଯାଇଥିଲେ ଓ ସବ ଯାତ୍ରାରେ ଭୁବନେଶ୍ୱର ରୁ ସାମିଲ ହୋଇଥିଲେ l ପୁରୀ ଭୁବନେଶ୍ୱର ରାଜପଥ ଲୋକାରଣ୍ୟ ରେ ଭରି ଯାଇଥିଲା l ସମଗ୍ର ଓଡିଆ ଜାତି ନିସ୍ତବ୍ଦ ହୋଇଯାଇଥିଲା ସତେ ଯେମିତି ତାଙ୍କ ମୃତ୍ୟୁ ସହ ଓଡିଶା ର ମୃତ୍ୟୁ ହୋଇଛି l ତାଙ୍କର ମୃତ୍ୟୁ ସତେଯେପରି ଓଡିଶା କୁ ଆହୁରି ଅଧିକ ଦରିଦ୍ର କରିଦେଲା l ବିଜୁବାବୁ ଓଡ଼ିଆ ଙ୍କ ପାଇଁ କଣ ଥିଲେ ସେଦିନ ପ୍ରମାଣିତ ହେଲା l ବିଜୁବାବୁଙ୍କ ମରଶରୀରରେ ସେଦିନ ତିନୋଟି ଦେଶର ଜାତୀୟ ପତାକା - ଭାରତ, ରୁଷିଆ ଓ ଇଣ୍ଡୋନେସିଆ ଘୋଡା ଯାଇଥିଲା l ବିଜୁବାବୁଙ୍କ ଉଶ୍ଚର୍ଗିକୃତ ବଳିଦାନ କୁ ସନ୍ନମାନ ଦେବାପାଇଁ ସେଦିନ ବିଦେଶର ରାଷ୍ଟ୍ରଦୂତ ମାନେ ଏହି ଅନ୍ତେଷ୍ଟିକ୍ରିୟା ରେ ନିଜ ଦେଶକୁ ପ୍ରତିନିଧିତ୍ଵ କରିବା ପାଇଁ ଉପସ୍ଥିତ ଥିଲେ l ଭାରତ ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଇନ୍ଦ୍ର କୁମାର ଗୁଜୁରାଲ ଙ୍କ ସମେତ ଲାଲକୃଷ୍ଣ ଆଡ଼ଭାନୀ ଓ ବହୁ ରାଷ୍ଟ୍ରୀୟ ତୁଙ୍ଗନେତା ପୁରୀ ସ୍ୱର୍ଗ ଦ୍ୱାରରେ ଉପସ୍ଥିତ ଥିଲେ l ସେଦିନ ପୁରୀ ଯେପରି ଭାରତର ଏକ ରାଜନୈତିକ କେନ୍ଦ୍ରବିନ୍ଦୁରେ ପରିଣତ ହେଲାପରି ଲାଗୁଥିଲା l ବିଜୁବାବୁଙ୍କ ୩ ସନ୍ତାନ ଏହି ଅନ୍ତେଷ୍ଟିକ୍ରିୟାରେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହ କରିଥିଲେ l ପୁରୀ ସ୍ୱର୍ଗଦ୍ୱାରରେ ଯେତେବେଳେ ତାଙ୍କୁ ମୁଖାଗ୍ନି ଦିଆଗଲା ସେତେବେଳେ କେବଳ ଅଗଣିତ ମଣିଷମୁଣ୍ଡ ଓ ବିଶାଳ ସମୁଦ୍ର ଦୃଶ୍ୟମାନ ହେଉଥିଲା l ସୋରିଷ ଟିଏ ପକାଇବାକୁ ମଧ୍ୟ୍ୟ ସମୁଦ୍ର କୁଳର ବାଲି ଦିଶୁନଥିଲା l ଏହି ଐତିହାସିକ ଘଟଣା ରାଜ୍ୟରେ ପ୍ରଥମ ଥିଲା l ଏହିପରି ଅନ୍ତେଷ୍ଟିକ୍ରିୟା ପୁରୀ ସ୍ୱର୍ଗଦ୍ୱାରରେ କେବେ ଦେଖାଯାଇନଥିଲା l ବିଜୁବାବୁ ଙ୍କ ପାର୍ଥିବଶରୀର ଯେତେବେଳେ ଅଗ୍ନିରେ ଅର୍ପଣ ହୋଇ ପଞ୍ଚଭୂତରେ ବିଲୀନ ହେଲା ଓଡିଶା ନିଜକୁ ଏକ ସାମୁହିକ ଶୋକ ସାଗରରେ ଭାସମାନ ଅବସ୍ଥାରେ ପାଇଲା l ଓଡିଶା ର ଏକ ଅପୂରଣୀୟ କ୍ଷତି ହୋଇ ସାରିଥିଲା ଯାହାର ଭରଣା କରିବା ଏକ ଦୂରହ ବ୍ୟାପାର ଥିଲା l ଶନିବାର (୧୭/୦୪/୨୦୨୧) ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ ।ନିର୍ମାତା, ଝଡ଼ର ଇଗଲ ତଥା ପ୍ରବାଦ ପୁରୁଷ କଳିଙ୍ଗ ପୁତ୍ର ସ୍ୱର୍ଗତ ୰ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧାବାର୍ଷିକୀ ଦିବସରେ SOCIAL NEWS ଓଡ଼ିଆ ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।💐💐
www. socialnewsodia.info
0 Comments