୦୯/୦୪/୨୦୨୧


ତେଲେଙ୍ଗାନା/ହାଇଦ୍ରାବାଦ 📌



Editor by/- Srinibash Rout

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।ରାଜ୍ୟରେ ସଂକ୍ରମଣ  ସଂଖ୍ୟା ବଢୁଛି। ମହାମାରୀ ରୂପ ବଦଳାଉଛି ତେଣୁ ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସଚେତନ ରୁହନ୍ତୁ ସତର୍କ ରୁହନ୍ତୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀ। ନିୟମ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅମାନିଆ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମ ନ ମାନିଲେ ଏକ ହଜାର ଟଙ୍କା 💸 ଫାଇନ୍ ଦେବେ। ରାଜ୍ୟରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଲକଡାଉନକୁ ମେ ମାସ ୨୯ ତାରିଖ ପର୍ଯ୍ୟନ୍ତ କଡାକଡି ଭାବେ ପାଳନ କରାଯିବ । ଦୋକାନ ବଜାର ଖୋଲିବା ନେଇ କଟକଣା ଜାରି କରାଯାଇଛି । ହସ୍ପିଟାଲ ଓ ଫାର୍ମାସି ସହିତ ଅନ୍ୟ ଜରୁରୀକାଳୀନ ସେବାକୁ ଅନୁମତି  ।ତେଲେଙ୍ଗାନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ନିତି ନିୟମ ଆଇନ୍ କାନୁନ୍ ମାନନ୍ତୁ ସୁସ୍ଥ ସ୍ଥିର ସୁରକ୍ଷିତ ଦୀର୍ଘାୟୁ ରୁହନ୍ତୁ। ମହାମାରୀ ରୂପ ବଦଳାଉଛି ସଂକ୍ରମଣ ସଂଖ୍ୟା ବଢୁଛି ରାଜ୍ୟ ସରକାର ମାନଙ୍କ ଚିନ୍ତା ବଢ଼ାଉଛି ।



www. socialnewsodia.info