04/04/2021



ଛତିଶଗଡ/ମାଲକାନଗିରି 📌



Editor by/- Srinibash Rout

ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ୍‌ କରି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫର ଯବାନ ମାନେ ମିଳିତ ଭାବେ କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଜବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । 

ଗତକାଲି ଶନିବାର (୦୩/୦୪/୨୦୨୧) ଛତିଶଗଡ଼ର ତରେମ୍‌ ଜଙ୍ଗଲରେ ନକ୍ସଲ୍‌ମାନଙ୍କ ସହ ଗୁଳି ବିନିମୟ ହୋଇଥିଲା।  ଆଜି ରବିବାର ( ୦୪/୦୪/୨୦୨୧) ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି। ୨୧ଜଣ ଯବାନ ନିଖୋଜ ହୋଇଥିବା ସୂଚନା,ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର S.P ।୧୫ରୁ ଅଧିକ ମାଓବାଦୀ ନିହତ ହୋଇଥିବା ବେଳେ ୩୦ ଜଣ ଆହତ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସହିଦ୍ ଯବାନମାନଙ୍କ ଅମର ଆତ୍ମାର ସଦଗତି୍ ହେଉ  । ଦେଶ ପାଇଁ ଜୀବନ ଦାନ କଲେ ଆଊ ଆମେ ମାନେ ।



www. socialnewsodia.info