30/04/2021



ଫୁଲବାଣୀ/କନ୍ଧମାଳ📌


EDITOR BY/- Srinibash Rout

ଲାଞ୍ଚ ନେଇ ଗିରଫ ହେଲେ ତହସିଲଦାର। କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଞ୍ଚ ଗୁରୁବାର (୨୯/୦୪/୨୦୨୧) ଜବତ ହୋଇଥିବା ଏକ ଟ୍ରାକ୍ଟରକୁ ଛଡ଼ାଇବା ପାଇଁ ଆସିଥିବା ମାଲିକଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉକ୍ତ ତହସିଲଦାର। ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଭିଜିଲାନ୍ସ ହାତରେ ।୪୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି ।ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ସରକାରୀ ବାସଭବନରେ ସହ କାର୍ଯ୍ୟାଳୟରେ ରେଡ୍ କରିଛନ୍ତି । ତହସିଲଦାରଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରିଛି । ଅଧିକ ତଦନ୍ତ ଜାରି ରହିଛି । ଭିଜିଲାନ୍ସ କଡା ନଜର ରଖିଛି ଲାଞ୍ଚୁଆ ସରକାରୀ ଅଫିସର ଏବଂ କର୍ମଚାରୀ ମାନଙ୍କ ଉପରେ । କ୍ଷମା ନାହିଁ ଲାଞ୍ଚ ଛାଡ଼ ଜନସାଧାରଣଙ୍କୁ ସେବା ଯୋଗାଇ ଦିଅ ସାହଯ୍ୟ ସହଯୋଗ କର । ସରକାରୀ କର୍ମଚାରୀ ପୁରୀ ଲାଞ୍ଚ  ବଡ଼ ନିନ୍ଦନୀୟ  ।




WWW. SOCIALNEWSODIA.INFO