(



15/04/2021


🌍


Editor by/- Srinibash Rout

କରୋନା ପାଇଁ  ସିବିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ । କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର (୧୪/୦୪/୨୦୨୧) ଶିକ୍ଷା ମନ୍ତ୍ରଣାଳୟ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯିବା ପରେ ଏହି ପଦକ୍ଷେପ ନିଆଯାଇଛି। ପଦକ୍ଷେପସ୍ୱରୂପ, ଦଶମ ବୋର୍ଡ ପରିକ୍ଷାକୁ ବାତିଲ କରାଯାଇଥିବାବେଳେ ଦ୍ୱାଦଶକୁ ସ୍ଥଗିତ ରଖାଯାଇଛି। ବୋର୍ଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାପଦଣ୍ଡ ଅନୁସାରେ ଦଶମ ଶ୍ରେଣୀ ପିଲାଙ୍କ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ ଦ୍ୱାଦଶ ଶ୍ରେଣୀ ପରିକ୍ଷା ଜୁନ୍ ୧ର ସ୍ଥିତିକୁ ଦେଖି ସମୀକ୍ଷା କରାଯିବ। ଏନେଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ପ୍ରଦାନ କରିଛନ୍ତି। ଯେବେ ପରୀକ୍ଷା ହେବ ତାର ୧୫ ଦିନ ପୂର୍ବରୁ ଛତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ। 




www. socialnewsodia.info