14/04/2021
ପୁରୀ 📌
Editor by/- Srinibash Rout
ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ।କିଛି ଦିନ ମଧ୍ୟରେ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଜି ମଙ୍ଗଳବାର ( ୧୩/୦୩/୨୦୨୧ ) ପୁରୀ ଷ୍ଟେସନରେ ଜଣେ ପର୍ଯ୍ୟଟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ମନ୍ଦିର POLICE ପଜିଟିଭ ଚିହ୍ନଟ ହୋଇଛନ୍ତି । ପର୍ଯ୍ୟଟକ ଜଣକ ଟ୍ରେନ ଯୋଗେ ଗୁଜରାଟରୁ ଆସିଛନ୍ତି ବୋଲି ଜଣାପଡିଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଏକାଧିକ କର୍ମଚାରୀ ଓ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ।ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣ କର୍ମଚାରୀ , ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ, ଜଣେ ମାଳି ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ମହାମାରୀ ଭାଇରସ ଆକ୍ରାନ୍ତ ହୋଇଛନ୍ତି ବୋଲି ପୁରୀ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
www. socialnewsodia.info
0 Comments