30/04/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ରୂପ ବଦଳାଉଛି ମାରାତ୍ମକ ମହାମାରୀ କରୋନା ଭାଇରସ। ସମସ୍ତେ ମାସ୍କ ପିନ୍ଧନ୍ତୁ , ସାମାଜିକ ବା ଶାରୀରିକ ବଜାଇ ରଖନ୍ତୁ ଓ ବଜାରକୁ ଗଲେ ସଚେତନ ରୁହନ୍ତୁ । ସାନିଟାଇଜର ପାଖରେ ରଖନ୍ତୁ କିଛି ସମୟ ବେବଧାନରେ ହାତ ସାନିଟାରୀ କରନ୍ତୁ । ବାହାରୁ ଘରକୁ ଆସିଲେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ଏହା ଅତି ଜରୁରୀ । ସମସ୍ତେ ଟୀକା ନିଅନ୍ତୁ । ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି ।ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଟପିପାରେ, ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ।ପଶ୍ଚିମବଙ୍ଗ, ଛତିଶଗଡ ସୀମା ସୀଲ କରାଯାଇଛି ।ଦେଶରେ କରୋନା ସଂକ୍ରମଣ ସ୍ଥିତି କୁଆଡେ ଯିବ ଆକଳନ କରି ହେଉନାହିଁ । ଯେତେ ପଦକ୍ଷେପ ନେଲେ ମଧ୍ୟ କରୋନା କହର କମିବାର ନାଁ ନେଉନାହିଁ ।କୋରୋନାର ୨ୟ ଲହର ବିରୋଧରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଲଢିବାକୁ ପଡିବ, ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି I ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ  ନହେଲେ ଘରେ ରହି ଚିକିତ୍ସା ହେବା ସବୁଠୁ ଭଲ ।ଦୈନିକ ୫୦ ହଜାର ଉପରେ ରାପିଟ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶୁକ୍ରବାର (୩୦/୦୪/୨୦୨୧) ସାମ୍ବାଦିକ ସମ୍ମିଳନୀରେ ଏ ସମସ୍ତ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରୋନା କଟକଣା ନିୟମ ମାନିବାକୁ ଅନୁରୋଧ କରିଛନ୍ତି ରାଜ୍ୟବାସୀଙ୍କୁ ।



WWW. SOCIALNEWSODIA.INFO