30/04/2021

କଳାହାଣ୍ଡି 

ବବୁଲ୍ ସାହୁଙ୍କ ରିପୋର୍ଟ

-ଓଭର ହେଡ ଟ୍ୟାଙ୍କ ଥାଇ ମଧ୍ୟ ପାନୀୟ ଜଳ ପାଇଁ ହନ୍ତ ସନ୍ତ ହେଉଛନ୍ତି ଗ୍ରାମବାସୀ ! ଏମିତି ସମସ୍ୟା ଘେରରେ ପଡ଼ି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କାନକୁଟରୁ ଗ୍ରାମପଞ୍ଚାୟତ, କାନକୁଟରୁ ଗ୍ରାମର ଖରସେଲ ପଡ଼ା ଠାରେ ! ଆଜ୍ଞା ଆପଣ ମାନେ ଦେଖୁଛନ୍ତି ଏହି ଦୃଶ୍ୟ ହେଉଛି କାନକୁଟରୁ ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଖରସେଲ ପଡ଼ାର ! ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଇଛି ହେଲେ କିଛି ମାସ ଠିକ ଭାବେ ଚାଲିବା ପରେ ଏବେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି ! ଏବଂ ଉକ୍ତ ପଡ଼ାରେ ୨୨ ଘର ପରିବାରର ହାରାହାରି ୧୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗୋଟାଏ ମାତ୍ର ନଳକୂପ ଦିଆଯାଇଛି.ତାହାପୁଣି ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି ! ଯାହାଫଳରେ ଗାଁର ମହିଳାମାନେ ଗାଁରେ ଥିବା ପରିତ୍ୟକ୍ତ କୂଅ ର ଗୋଳିଆ ଏବଂ ଦୂଷିତ ଜଳକୁ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି ! ଅପରପକ୍ଷେ ନଳକୂପକୁ ତୁରନ୍ତ ସଜାଡ଼ି ଦିଆଯାଉ ନହେଲେ ଗୋଟିଏ ନୂତନ ନଳକୂପ ଦିଆଯାଉ ବୋଲି ପଞ୍ଚାୟତ ପ୍ରତିନିଧି ତଥା PEO ଙ୍କୁ ବାରମ୍ବାର ଲିଖିତ ଅଭିଯୋଗକରି ଆସୁଛନ୍ତି ! ହେଲେ PEO ମହାଶୟ ଟିକିଏ ହେଲେ କର୍ଣ୍ଣପାତ କରୁନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି !

ଏବେ ଏହିଭଳି ଟାଣ ଖରାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଅଛୁ ତେଣୁ ଦୟାକରି ଆମକୁ ଏକ ନଳକୂପ ଗୋଟେ  ତୁରନ୍ତ ଦିଆଯାଉ ବୋଲି ଖରସେଲ ପଡ଼ାର ଲୋକେ ଦାବି କରିଛନ୍ତି ! ତ ଆସନ୍ତୁ ଟିକେ ଧ୍ୟାନ ଦେଇ ଶୁଣନ୍ତୁ କଣ କହିଛନ୍ତି ସେହି ଗ୍ରାମବାସୀଙ୍କ ପ୍ରତିକ୍ରିୟା ।।


  କଳାହାଣ୍ଡି ଜିଲ୍ଲାରୁ ବବୁଲୁ ସାହୁ ଙ୍କ ରିପୋର୍ଟ।।