19/04/2021


କଟକ/ଭୁବନେଶ୍ୱର📌


EDITOR BY/- Srinibash Rout

ରାଜ୍ୟରେ ପୁଣି ଥରେ କରୋନା ଭୂତାଣୁର ଅନିୟନ୍ତ୍ରିତ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବଥର ଏହି ପରିସ୍ଥିତିରେ ଅନେକ ଜାଗାରେ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାରୀ ହେଉଥିବା ଦେଖାଯାଇଥିଲା। ତେବେ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ୍ ଗଠନ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

କଟକ ଓ ଭୁବନେଶ୍ୱର ପାଇଁ ୮ଟି ଓ ରାଜ୍ୟର ଅନ୍ୟ ଜିଲ୍ଲା ପାଇଁ ୧୫ଟି ସ୍କ୍ୱାଡ୍ ଗଠନ ହୋଇଛି। ଏନେଇ ରାଜ୍ୟସ୍ତରୀୟ କମିଟିରେ ନିଷ୍ପତ୍ତି ହୋଇଛି। ତେବେ ଯେଉଁମାନେ ଏହି ସାମଗ୍ରୀର କଳାବଜାରୀ କରୁଥିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି ସୂଚନା ଦେଇଛନ୍ତି।



WWW. SOCIALNEWSODIA.INFO