06/04/2021



କୁଆଁପାଳ/କଟକ 📌



Chief Reporter & Editor/- Srinibash Rout

ସୁଖ_ଦୁଃଖର ସାଥୀ ଆମ ଓଡ଼ିଶା ଓଡ଼ିଆ ପରିବାର ପରିଚୟ କହିଲେ ମନ୍ତ୍ରୀ ପ୍ରତାପ ଜେନା । କର୍ମ ଏକା ମହତ୍ ପଣିଆ ଆଉ ସବୁ କଥା ଅଢେଇ ଦିନିଆ। ଦିନ ନାହିଁ ରାତି ନାହିଁ ରାଜ୍ୟ ହେଉ କି ଦେଶ ବିଦେଶରୁ କେହି ବିପଦରେ ପଡ଼ିଥିଲେ ଯଦି ଖବର ପହଞ୍ଚେ ପ୍ରତାପ ଜେନା ସାର୍ ଙ୍କ ପାଖରେ ।କାଳ ବିଳମ୍ବ ନକରି ତୁରନ୍ତ ସାହଯ୍ୟ ସହଯୋଗର ହାତ ବଢାଇ ଦେଇଥାନ୍ତି । ସମାଜ ସେବା ର ଆଗ ଧାଡିରେ ସଦା ସର୍ବଦା ରହି ଆସୁଛନ୍ତି ରହିଥିବେ ମଧ୍ୟ ସଦା ସର୍ବଦା। ଏହି ଭଳି ମହାନ୍ ମହାପୁରୁଷଙ୍କୁ ଶୁନ୍ୟ ବ୍ରହ୍ମ ପ୍ରଭୁ ମଦା ସର୍ବଦା ସୁସ୍ଥ ସ୍ଥିର ସୁରକ୍ଷିତ ରଖନ୍ତୁ । କର୍ତ୍ତବ୍ୟ ଅତ୍ୟନ୍ତ ଲୋକପ୍ରିୟ ହୃଦୟସ୍ପର୍ଶ ବରିଷ୍ଠ ବୁଦ୍ଧିଜୀବୀ ମହଲ ଠାରୁ ଓଡ଼ିଆ ପରିବାରର ଘରେ ଘରେ ଚର୍ଚ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଏହି ମହାନ୍ ମହାପୁରୁଷ ।


ସମ୍ମାନନୀୟ ପୂର୍ବତ୍ତନ ମନ୍ତ୍ରୀ ସ୍ବର୍ଗତଃ ଶେଖ୍ ମତଲୁବ ଅଲ୍ଲୀଙ୍କ ଏକାନ୍ତ ସହଯୋଗୀ ରବିନ୍ଦ୍ର କୁମାର ସାହୁଙ୍କ ମରଶରୀରରେ କାନ୍ଧ ଦେଇଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ସାହିତ୍ୟ ସଂସ୍କୃତି ପୂଜାରୀ ସାରସ୍ୱତ ସାଧକ ଶିକ୍ଷାବିତ ରବୀନ୍ଦ୍ର କୁମାର ସାହୁ । ସୋମବାର (୦୫/୦୪/୨୦୨୧) ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।ତାଙ୍କ ମୃତ୍ୟୁର ଖବର ପାଇ ମନ୍ତ୍ରୀ ପ୍ରତାପ ଜେନା ମଣିଯୋରୀ ସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ଆତ୍ମୀୟସ୍ୱଜନ, ବନ୍ଧୁ ପରିବାରବର୍ଗ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହିତ ମିଶି ମର ଶରୀରକୁ କାନ୍ଧ ଦେବା ସହିତ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।




www. socialnewsodia.info