09/04/2021
🌍
Editor by/- Srinibash Rout
ମିଶନ ଶକ୍ତିର ଆହୁରି ଶକ୍ତିଶାଳୀ ହେବ। ଗାଁ ଠାରୁ ସହର ସବୁଠି ମିଶନ ଶକ୍ତି ମହାସଂଘମାନେ ଦେଶକୁ ନୂଆ ଦିଗ୍ଦର୍ଶନ ଦେଉଛନ୍ତି। ବିକାଶର ନୂଆ ଧାରାରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଗୁରୁବାର (୦୮/୦୪/୨୦୨୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓ମା’ମାନଙ୍କର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘମାନଙ୍କୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦-୨୧ ଆର୍ଥିକ ବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ଯାହାଫଳରେ ସେମାନେ ବିଭିନ୍ନ ସାମଗ୍ରୀର ଉତ୍ପାଦନ କରି ପ୍ରଚୁର ମାତ୍ରାରେ ଲାଭାନ୍ୱିତ ହୋଇପାରୁଛନ୍ତି। ଚଳିତ ବଜେଟରେ ମଧ୍ୟ ମିଶନ ଶକ୍ତି ବିଭାଗକୁ ଗୁରୁତ୍ୱ ଦିଆଯାଇ ୩୧୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି 'ମନ୍ତ୍ରୀ ଟୁକୁନି ସାହୁଙ୍କ' ଅନୁଯାୟୀ ମିଶନ ଶକ୍ତିରେ ମହାସଂଘ ଏବଂ ଗୋଷ୍ଠୀଗୁଡ଼ିକୁ ଋଣ ଯୋଗାଇ ଦିଆଯାଉଛି।
www. socialnewsodia.info
0 Comments