07/04/2021
ଧର୍ମଶାଳା📌
Editor by/- Srinibash Rout
୨୦୧୯ରେ ଧର୍ମଶାଳା ବିଧାନସଭା ଆସନ ପାଇଁ ସ୍ମୃତିରେଖା ପିସିସି ସଭାପତିଙ୍କଠାରୁ ଜବରଦସ୍ତ କଂଗ୍ରେସ ଟିକେଟ ନେଇ ନିର୍ବାଚନ ଲଢିଥିଲେ । କିଛି ଦିନ ହେବ ସେ ବିଜେପିରେ ଯୋଗ ଦେଉଥିବା ନେଇ ଯାହା ଚର୍ଚ୍ଚା ହେଉଥିଲା ସୋମବାର (୦୫/୦୪/୨୦୨୧) ବିନା କଂଗ୍ରେସ୍ ବ୍ୟାନର ଓ ଦଳର ଛାମୁଆ ସ୍ଥାନୀୟ ନେତାଙ୍କୁ ନ ନେଇ ୬ଦଫା ଦାବିରେ ଧର୍ମଶାଳା ତହସିଲ୍ କର୍ଯ୍ୟାଳୟ ଘେରାଉ କରିଥିବା ବେଳେ ମଙ୍ଗଳବାର (୦୬/୦୪/୨୦୨୧) ହଠାତ୍ ଧର୍ମଶାଳା ବ୍ଳକ୍ କଂଗ୍ରେସ କମିଟି ସଭାପତି ବନମାଳୀ ରାଉତଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦ ସମେତ ଅନ୍ୟ ସମସ୍ତ ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି । ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ପଠାଇଲେ ।କଂଗ୍ରେସର ଆଚରଣ ଓ ଉଚ୍ଚାରଣରେ ସେ କ୍ଷୁବ୍ଧ ହୋଇ ସେ ଦଳ ଛାଡ଼ିଥିବା କହିଛନ୍ତି ।
www. socialnewsodia.info
0 Comments