29/04/2021
କଟକ 📌
CHIEF REPORTER & EDITOR/- Srinibash Rout
ଦଳାଲି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୋଲିସ। କଟକ ଶିଶୁ ଭବନରେ ଦଲାଲି କରିଥିବା ଉକ୍ତ ଦଲାଲ୍ ମାନେ ଶିଶୁ ଭବନରୁ ରୋଗୀକୁ ପ୍ରଲୋଭନ ଦେଖାଇ ବେସରକାରୀ କ୍ଲିନିକକୁ ନେଇ ଯାଉଥିଲେ । ଏଥିରେ ଅନେକ ବେସରକାରୀ ଡ୍ରାଇଭର ତଥା ଆମ୍ବୁଲାନ୍ସ ଡ୍ରାଇଭର, କାର ଡ୍ରାଇଭର, ସିକ୍ୟୁସିଟି ଗାର୍ଡ ସମ୍ପୃକ୍ତି ନେଇ ପୋଲିସ ପକ୍ଷରୁ ସୂଚନା ରହିଅଛି । ଉକ୍ତ ଦଲାଲ ମାନେ ହେଲେ ଗଞ୍ଜାମ ଦିଗପହଣ୍ଡି ଥାନା ଅଞ୍ଚଳର ପଦନୀ ପ୍ରଧାନଙ୍କ ପୁଅ ସୁଦର୍ଶନ ପ୍ରଧାନ ( ୩୬ ) , କଟକ ବାଙ୍କୀ ଥାନା ଅଞ୍ଚଳର ଗୋପାଳ ବଲଭ ସିଂହଙ୍କ ପୁଅ ତପନ କୁମାର ସିଂହ ( ୪୦ ), କଟକ ଲାଲବାଗ ଥାନା ଅଞ୍ଚଳର ସୁରେନ୍ ସିଂହଙ୍କ ପୁଅ ସଂଜୀବ ସିଂହ ( ୪୩ ) । ଉକ୍ତ ଦଲାଲ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ପୋଲିସ । କଟକ ଶିଶୁଭବନ ପରିସରରୁ ବୁଧବାର (୨୮/୦୪/୨୦୨୧) କଟକ ପୋଲିସ ଏସ.ଆଇ ଅବିନାଶ ରାଉତ ଓ ଏସଆଇ ଦୁର୍ଗେଶ ନନ୍ଦିନୀ ମହାନ୍ତି ଓ ପୋଲିସ୍ ଟିମ୍ ମିଳିତ ହୋଇ ଚଢ଼ାଉ କରି ତିନି ଜଣ ଦଲାଲକୁ କାବୁ କରିବାରେ ସଫଳ ହୋଇଛନ୍ତି ।
WWW. SOCIALNEWSODIA.INFO
0 Comments