04/04/2021


ପୁରୀ 📌


Editor by/- Srinibash Rout

ମହାପ୍ରଭୁଙ୍କୁ ଦର୍ଶନ କଲେ ଉପ ରାଷ୍ଟ୍ରପତି ।ଜଗତର ନାଥ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ।ଏହି ଅବସରରେ ଉପରାଷ୍ଟ୍ରପତିଙ୍କୁ ସ୍ମୃତି ସ୍ୱରୂପ ପ୍ରଭୁ ଶ୍ରୀଜିଉଙ୍କର ଏକ ଫଟୋ ପ୍ରଦାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର । ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଇଥାଏ ଏବଂ ସେ ସାରା ଦେଶରେ ପୂଜିତ, ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଆମର ପ୍ରାଚୀନ ମନ୍ଦିର ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତିର ଜୀବନ୍ତ ଐତିହ୍ୟ ।୨ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି ଶନିବାର (୦୩/୦୪/୨୦୨୧) ଅପରାହ୍ନରେ ।ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ, ଓ DGP ମଧ୍ୟ ବିଦାୟ ଜଣାଇଲେ ।



www. socialnewsodia.info