15/04/2021


🌍


Editor by/- Srinibash Rout

କରୋନା ମହାମାରୀ ଫଣା ଟେକିବା ଆରମ୍ଭ ଦେଇଛି ଏଇ କିଛି ଦିନ ହେବ। ଦୃତ ଗତିରେ ବଢ଼ି ଚାଲିଛି ସଂକ୍ରମଣ ସଂଖ୍ୟା। କରୋନା ଭୂତାଣୁର ଦ୍ବିତୀୟ ଲହରକୁ ହରାଇବା ପାଇଁ ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ନାଇଟ୍‌/ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ନେଇ ଗୁରୁବାର (୧୫/୦୪/୨୦୨୧) ମୁଖ୍ୟଶାସନ ସଚିବ କରୋନାସ୍ଥିତି ନେଇ ବିସ୍ତୃତ ସୂଚନା ରଖି କହିଛନ୍ତି ଓଡ଼ିଶା ସୀମା ଛତିଶଗଡ଼ରେ ଥିବା ୧୦ଟି ଜିଲ୍ଲାରେ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ ।


ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଭୁବନେଶ୍ବର ଓ CUTTACK ସମତେ ନାଇଟ୍‌/ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ। ଶୁକ୍ରବାର (୧୬/୦୪/୨୦୨୧) ନାଇଟ୍‌ କର୍ଫ୍ୟୁ ନିୟମ ଲାଗୁ କରାଯିବ।  ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ଯ୍ୟ ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜନୈତିକ, ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ବିବାହ କାର୍ଯ୍ୟରେ ୫୦ ଏବଂ ଅନ୍ତ୍ୟୋଷ୍ଟି କାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ଏଥିସହିତ ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ଏକାଠି ବସି ଦେଖିପାରିବେ । ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରି ସହିତ ଜାରି ରହିବ । ସମସ୍ତ ବେସରକାରୀ ଅଫିସ୍ ମାନଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ । ଅଫିସ୍ ପରିସରରେ କରୋନା ଗାଇଡ୍ ଲାଇନ୍ କୁ କଡାକଡି ପାଳନ କରିବେ ।

ଆହୁରି ମଧ୍ୟ ସବୁ ଅନ୍ତଃରାଜ୍ୟ ବସ୍ କୁ ବନ୍ଦ କରାଯାଇଛି । ରାଜ୍ୟକୁ ବସ୍ ଓଡିଶାରୁ ଅନ୍ୟ ରାଜ୍ୟକୁ ଯାଉଥିବା ବସ୍ ଯାତାୟାତ ବନ୍ଦ । ବସରେ ଯେତିକି ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିପାରିବେ । ଟାକ୍ସିରେ ମାତ୍ର ୨ ଜଣ ଯାତ୍ରା କରିପାରିବେ ।ଅପେରା ଯାତ୍ରା ଆଦିରେ ୧୦୦୦ ଲୋକ ରହିପାରିବେ । ସବୁ ଦୋକାନର କର୍ମଚାରୀ ମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ନଚେତ୍ ସିଲ୍ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।



www. socialnewsodia.info