26/04/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଦୁଃଖ ବଢ଼ିବାରେ ଲାଗିଛି। କରୋନା ତାଣ୍ଡବରେ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ପ୍ରିୟଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହଧାର ଝରିବାରେ ଲାଗିଛି। ଏବେ ଉତ୍ତରପ୍ରଦେଶର ଆଗ୍ରା ସହରର କେତେକ ଫଟୋ ଓ ଭିଡ଼ଇ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏସବୁ ଫଟୋ ୟୁଜରଙ୍କୁ ଭାବୁକ କରି ଦେଉଛି। ଏକ ଭିଡ଼ଓରେ ରେଣୁ ସିଙ୍ଘଲ ନାମକ ଜଣେ ମହିଳା କରୋନା ଆକ୍ରାନ୍ତ ତାଙ୍କ ସ୍ବାମୀ ରବି ସିଙ୍ଘଲଙ୍କୁ କୋଳରେ ଧରି ମୁହଁରେ ମୁହଁ ଲଗାଇ କୃତ୍ରିମ ନିଶ୍ୱାସ ଦେବାର ପ୍ରୟାସ କରୁଥିବାର ଦେଖିବାକୁ ମିଳୁଛି। ରବିଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ତେବେ ବେଡ୍ ଅଭାବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରି ନ ଥିଲା। ଶେଷରେ ଛଟପଟ ହୋଇ ହସ୍ପିଟାଲ ବାହାରେ ରବିଙ୍କର ମୃତ୍ୟୁ ଘଟିଥିଲା।
WWW. SOCIALNEWSODIA.INFO
0 Comments