07/04/2021
ବାଲିଗୁଡ଼ା/କନ୍ଧମାଳ📌
Editor by/- Srinibash Rout
ପୋଲିସ୍ ବେଶରେ ଡକାୟତି ଉଦ୍ୟମ କରି ଗିରଫ ହେଲେ ଦୁଇଜଣ ଅପରାଧି। ନକଲି ପୋଲିସକୁ ଧରିଲା ଅସଲି ପୋଲିସ୍ ।ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁ ଗିରଫ କରିଥିବାବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଥିଲା ପୋଲିସ୍ । ପୋଲିସକୁ ଦେଖି ଦୌଡି ପଳାଇବା ବେଳେ ପିଛା କରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।
ଗିରଫ ଦୁଇଜଣ ପୋଲିସ୍ ଏଏସ୍ଆଇ ପୋଷାକ ପିନ୍ଧି ନିଜକୁ ପୋଲିସ୍ ସଜେଇ କିଛି ସ୍ଥାନୀୟ ଦୁବୃର୍ତ୍ତଙ୍କ ସହ ମିଶି ସେହି ରାସ୍ତାଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବାପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ବୋଲି ପୋଲିସ କହିଛି । ସେପଟେ ଦୁଇ ଫେକ୍ ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍, ଗୋଟିଏ ଲୁହା ରଡ୍, ଦୁଇଟି ବେତ ଲାଠି, ଦୁଇହଳ ପୋଲିସ୍ ପୋଷାକ୍, ଗୋଟିଏ ଖେଳଣା ପିସ୍ତଲ୍, ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ କରିଥିଲା ପୋଲିସ । କଟକ ଜିଲ୍ଲା ଚଣ୍ଡୀଛକ ଓ କନିକାଛକ ଅଞ୍ଚଳର ଦୁଇଜଣ ନକଲି ପୋଲିସକୁ ଗିରଫ କରିଥିଲା ବାଲିଗୁଡ଼ା ପୋଲିସ ।
୧ମାସ ପରେ ଘଟଣାରେ ସମ୍ପୃକ୍ତ ପୁଣି ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଏବେବି ଫେରାର ଥିବା ଜଣାପଡ଼ିଛି । ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ତେମାଙ୍ଗି ଓ ସିନ୍ଦ୍ରିଗାଁ ଅଞ୍ଚଳର ସିଦ୍ଧାନ୍ତ ମଲ୍ଲିକ ଓ ସୁଦର୍ଶନ ବିନ୍ଧାଣୀ ହୋଇଥିବା ପୋଲିସ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ।
www. socialnewsodia.info
0 Comments