29/04/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ମେ’ ୫ ପର୍ଯ୍ୟନ୍ତ ଜୁଡିସିଆଲ୍‌ କପ୍ଲେକ୍ସ ବନ୍ଦ୍ ରହିବ ।କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ।କେବଳ B.M.C ଅଧିକୃତ କର୍ମଚାରୀଙ୍କୁ ମିଳିବ ଅନୁମତି ।କୋର୍ଟ ପରିସରକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସାନିଟାଇଜ ବ୍ୟବସ୍ଥା କରାଯିବ ବୋଲି B.M.C ପକ୍ଷରୁ ସୂଚନା ଦିଆଯାଇଛି। ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପେ୍ଲକ୍ସକୁ ଯାଇପାରିବେ ନାହିଁ ।କରୋନା କାୟାରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ , ଅମାନିଆ ମାନେ ମାନୁ ନାହାନ୍ତି କଟକଣା ।ସହରରେ କରୋନା ସକରାତ୍ମକ ମାମଲା ଚିହ୍ନଟ ବଢିବା ସହ କେତେକ ଓକିଲ ମଧ୍ୟ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।B.M.C ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ “ବୃହତ ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଭୁବନେଶ୍ୱରର ଲୁଇସ୍ ରୋଡରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ଗୁରୁବାର ( ୨୯/୦୪/୨୦୨୧)ଠାରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସିଲ୍ କରାଯାଇଛି।


WWW. SOCIALNEWSODIA.INFO