19/04/2021
ନୂଆଦିଲ୍ଲୀ 📌
EDITOR BY/- Srinibash Rout
ରାଜଧାନୀ ଦିଲ୍ଲୀରେ ୬ ଦିନିଆ କର୍ଫ୍ୟୁ ଲଗାଇଲେ ସରକାର । ଉପରାଜ୍ୟପାଳଙ୍କୁ ନେଇ ବସିଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କର୍ଫ୍ୟୁ ଘୋଷଣା କରିଛନ୍ତି। ଦିଲ୍ଲୀରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାର (୧୯/୦୪/୨୦୨୧) ରାତି ୧୦ଟାରୁ ଆସନ୍ତା ସୋମବାର(୨୬/୦୪/୨୦୨୧) ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଜରୁରୀକାଳୀନ ସେବା ଓ ମେଡ଼ିସିନ ଦୋକାନ ଖୋଲା ରହିବ।
ଲଗାତର ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୭ ଜୁନ ପର ଠାରୁ ଏହା ଦୈନିକ ସଂକ୍ରମଣ ଠାରୁ ଢେର ଅଧିକ। ଜୁନ ୧୭ ତାରିଖରେ ୨୮.୭୪ ପ୍ରତିଶତ ସଂକ୍ରମଣ ମାମଲା ରହିଥିଲା। ଆଜି ଏହା ବଢି ୨୯.୮୨ ପ୍ରତିଶତରେ ପହଞ୍ଚିଛି। ସେହିଭଳି ସକ୍ରିୟ ମାମଲା ୮.୭୮ ପ୍ରତିଶତକୁ ବଢିଛି। ଗତ ଡିସେମ୍ବରରେ ରାଜ୍ୟରେ କରୋନା ସକ୍ରିୟ ମାମଲା ୯.୨୧ ପ୍ରତିଶତ ରହିଥିଲା।
WWW. SOCIALNEWSODIA.INFO
0 Comments