28/04/2021


ଭୁବନେଶ୍ବର 📌


EDITOR BY/- Srinibash Rout

ରାଜ୍ୟରେ କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍। ପ୍ରଥମ ଲହରରେ କରୋନା ମୁକାବିଲାରେ ସଫଳ ହୋଇଥିଲେ ରାଜ୍ୟବାସୀ । ଦ୍ବିତୀୟ ଲହରରେ ମଧ୍ୟ ସତର୍କ ରହିଲେ କରୋନାର ମୁକାବିଲା କରିପାରିବା। ଏନେଇ ପ୍ରେସମିଟ କରି ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଡାକ୍ତର। ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ସଂକ୍ରମଣ କରୁଛି। ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ଟିକା ନେଇଥିଲେ ମଧ୍ୟ ପୁନଃ ସଂକ୍ରମିତ ହେବାର ଆଶଙ୍କା ଅଛି ବୋଲି ସେ କହିଛନ୍ତି। କିନ୍ତୁ ଏହି ସଂକ୍ରମଣ ଏତେଟା କ୍ଷତିକାରକ ହେବ ନାହିଁ । ଟିକା ନେଇଥିବା ବ୍ୟକ୍ତିମାନେ ସଂକ୍ରମିତ ହେଲେ ଗୁରୁତର ହେବାର ସମ୍ଭାବନା କମ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା ।