29/04/2021


ମୁମ୍ବାଇ 📌


EDITOR BY/- Srinibash Rout

ମହାରାଷ୍ଟ୍ରର ଗାଡଚିରୋଲି ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗାଡଚିରୋଲି ପୁଲିସର ସି-୬୦ ଯବାନମାନେ ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଜାମ୍ବିଆ ଗାଟା ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପରେ ଉଭୟ ପକ୍ଷରୁ ଗୁଳିବର୍ଷଣ ହୋଇଥିଲା। ଗୁଳିବିନିମୟରେ ଦୁଇ ନକ୍ସଲ ନିହତ ହୋଇଛନ୍ତି ଓ ସର୍ଚ୍ଚ ଅପରେସନ ଜାରି ରହିଛି ।



WWW.SOCIALNEWSODIA.INFO