16/04/2021


କଟକ 📌


Chief Reporter & Editor/- Srinibash Rout

🚨Commissionerate police ଦିନ/ରାତି ଏକ କରି ୫ ଦିନ ପରେ ଧରିବାରେ ସକ୍ଷମ ହୋଇଛି। ସମ୍ବଲପୁର ଜେଲରେ ସଜା କାଟୁଥିବା କୟଦୀ ହାଇଦର ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ଆସିଥିଲା ।ଚିକିତ୍ସିତ ଅବସ୍ଥାରେ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଗତ (୧୦/୦୪/୨୦୨୧) ଶନିବାର ଫେରାର ହୋଇଯାଇଥିଲା । Commissionerate police ଜାଣିବା ପରେ ଗୁରୁତ୍ୱ ର ସହ ନେଇଥିଲା ।ତଦନ୍ତ ଜାରି ରଖି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ରାଜ୍ୟ ଭିତରେ ରାଜ୍ୟ ବାହାରେ ଚଢାଉ କରିଥିଲା। କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ହାଇଦର୍ ଏକ ବାଇକ୍ ପଛରେ ବସି ଯାଉଥିବା ବେଳେ ଗୁରୁବାର (୧୫/୦୪/୨୦୨୧) ସନ୍ଧ୍ୟାରେ ତେଲେଙ୍ଗାନା police ସହଯୋଗରେ commissionerate police ହାଇଦ୍ରାବାଦ୍ ନିକଟରୁ ଗିରଫ କରିବାକୁ ସକ୍ଷମ ହୋଇଛି ।ହେଲେ ସେ କଟକରୁ ତେଲେଙ୍ଗାନା ରାଜ୍ୟର ସାଙ୍ଗାରେଡ଼ି ଜିଲ୍ଲା ଯାଏଁ କେମିତି ଯାଇ ଥାଇପାରେ ସେଥିନେଇ ପୋଲିସ ଏଯାଏଁ ସ୍ପଷ୍ଟ କରିନାହିଁ ।


ତେଲେଙ୍ଗାନା police ସହାୟତାରେ ରଙ୍ଗାରେଡ଼ି ଜିଲ୍ଲାରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କଲା commissionerate police 🚨 



www. socialnewsodia.info