26/04/2021
ପୁରୀ 🛕
EDITOR BY/- Srinibash Rout
୩ଟି ପର୍ଯ୍ୟାୟରେ ଏଯାଏ ପୁରୀରେ ପହଞ୍ଚିଛି ୭୯ ଖଣ୍ଡ କାଠ ।ପବିତ୍ର ଶ୍ରୀରାମ ନବମୀଠାରୁ କଟକ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ମେ୧୫ ତାରିଖ ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ରଥ ନିର୍ମାଣ କାମ ।ଚଳିତ ବର୍ଷ ରଥଯାତ୍ରାକୁ ନେଇ ପ୍ରଶାସନ ପ୍ରସ୍ତୁତ ରହିଛି। ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନେ କରୋନା ଭାଇରସ ମହାମାରୀ ନିୟମ ପାଳନ କରିବା ସହିତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ, ସାନିଟାଇଜର ବ୍ୟବସ୍ଥା କରାଯାଇଥିବା ସୂଚନା ।
ନୟାଗଡ଼ ବନ ଖଣ୍ଡରୁ ସୋମବାର (୨୬/୦୭/୨୦୨୧) ତୃତୀୟ ପର୍ଯ୍ୟାୟ ରଥକାଠ ଆସି ପହଞ୍ଚିଛି। ଏଥିରେ ୧୭ ଖଣ୍ଡ ଅସନ ଓ ଧଉରା କାଠ ରହିଛି ।୩ଟି ପର୍ଯ୍ୟାୟରେ ଏଯାଏ ପୁରୀରେ ପହଞ୍ଚିଛି ୭୯ ଖଣ୍ଡ କାଠ । ରଥ ନିର୍ମାଣ ପାଇଁ ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୬ ଖଣ୍ଡରୁ ସୋମବାର ପର୍ଯ୍ୟନ୍ତ ମୋଟ୍ ୭୯ ଖଣ୍ଡ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ। ଚଳିତ ବର୍ଷ Covid-19 କଟକଣାରେ ରଥ ନିର୍ମାଣ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ହେବ ।
WWW.SOCIALNEWSODIA.INFO
0 Comments