13/04/2021
ବାଲେଶ୍ଵର 📌
Editor by/- Srinibash Rout
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମଙ୍ଗଳବାର (୧୩/୦୪/୨୦୨୧) ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ।ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ।ଫକୀର ମୋହନ ମେଡିକାଲ କଲେଜ ବୁଲି ଦେଖିବା ସହ ବାଲେଶ୍ୱର ସହରର ବିକାଶର ନକ୍ସା ଦେଖିଛନ୍ତି ବରିଷ୍ଠ ଅଧିକାରୀମାନେ। ଏହାସହ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ । ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।ଆଇଟିଆଇ ଛକରୁ ତାମୁଳିଆ ଓଭରବ୍ରିଜ୍ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି , ୧୪ କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିବେ ବୋଲି ଜଣାପଡ଼ିଛି । ବସଷ୍ଟାଣ୍ଡ ଉନ୍ନତିକରଣ ଓ ରେମୁଣା ଗୋଲେଇ ଯାଏ ଆଲୋକୀକରଣ ହେବ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି। ଏହାପରେ ମୁଖ୍ୟ ସଚିବ କହିଛନ୍ତି, ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ପରଖିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଗସ୍ତର ବିସ୍ତୃତ ରିପୋର୍ଟ ଦିଆଯିବ । ତାଙ୍କ ନିର୍ଦେଶରେ ଆବଶ୍ୟକ ଉନ୍ନତିମୂଳକ କାମ ହେବ ।ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ସଚିବ ଓ 5-T ସଚିବ ।
www. socialnewsodia.info
0 Comments