06/04/2021
🌍
Editor by/- Srinibash Rout
ସ୍ପେଶିଆଲ ଡ୍ରାଇଭ ହେବ ଆଉ ନିସ୍ତାର ମିଳିବ ନାହିଁ। ୧୦ ଦିନ ଦିନ ଧରି ପୁଲିସ୍ ସ୍ପେଶାଲ ଡ୍ରାଇଭ କରିବ ।ମାସ୍କ, ସାମାଜିକଦୂରତା ବା ଶାରୀରିକ ଦୂରତା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ପୁଲିସ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର (୦୬/୦୪/୨୦୨୧) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ଭିଡିଓ କନଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତିି। କରୋନା ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ।ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୁଲିସ୍ ମୁତୟନ କରିବା ସହିତ, ସାରା ରାଜ୍ୟରେ ପୁଲିସ୍ ମୁତୟନ କରି ସ୍ପେଶାଲ ଡ୍ରାଇଭ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯିବ । ପଂଚାୟତିରାଜ ଓ ମିଶନ ଶକ୍ତି ଗୋଷ୍ଠୀ ଏଥିରେ ମଧ୍ୟ ସହଯୋଗ କରିବେ । କଡ଼ାକଡ଼ି ପାଳନ ହେବ Covid-19 🦠 ନିୟମ। ଅମାନିଆ ଙ୍କୁ ଆଊ ନିସ୍ତାର ମିଳିବ ନାହିଁ।
www. socialnewsodia.info
0 Comments