23/04/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
ନିର୍ବାଚନୀ ପ୍ରଚାର ସମୟରେ Covid-19 ନିୟମ ମାନିବାକୁ ବାଧ୍ୟ। ଜାରି ହୋଇଥିବା ନିୟମକୁ ରାଜନୈତିକ ଦଳମାନେ ପ୍ରଚାର ବେଳେ ମାନୁନଥିବାରୁ ବଧ୍ୟ ହୋଇ କମିସନ ପକ୍ଷରୁ ନୂଆ ପ୍ରଚାର କଟକଣା ଜାରି କରାଯାଇଛି ଶୁକ୍ରବାର (୨୩/୦୪/୨୦୨୧) ।ପ୍ରଚାର ସମୟରେ ରୋଡ୍ ଶୋ’, ସାଇକେଲ ଓ ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏମିତିକି ଏସବୁ ପାଇଁ ପୂର୍ବରୁ ଅନୁମତି ମିଳିଥିଲେ ବି ତାହା ପ୍ରତ୍ୟାହାର ହେବ।ସେହିପରି ୫ ଶହ ଲୋକରେ ସାଧାରଣ ସଭାକୁ ଅନୁମତି ଦିଆଯାଇଛି। ଏହି ସଭାରେ ଯଥା ସମ୍ଭବ ସାମାଜିକ ଦୂରତା ପାଳନ ସହ କୋଭିଡ ପ୍ରୋଟୋକଲ ମାନିବା ପାଇଁ ନିଶ୍ଚିତ ପଦକ୍ଷେପ ନିଆଯାଇନଥିଲେ ସଭାକୁ ଅନୁମତି ମିଳିବ ନାହିଁ। ସେହିପରି ପ୍ରାର୍ଥୀ, ରାଜନୈତିକ ନେତା ଓ ସମର୍ଥକମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ପଶ୍ଚିମବଙ୍ଗରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବାକି ଥିବାବେଳ କେତେକ ସ୍ଥାନରେ ଉପନିର୍ବାଚନ ମଧ୍ୟ ହେବ ।ରାଜନୈତିକ ଦଳ ଏହି ନିୟମର ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
WWW. SOCIALNEWSODIA.INFO
0 Comments