19/04/2021



ଦାମନଯୋଡ଼ି/କୋରାପୁଟ 📌



EDITOR BY/- Srinibash Rout

ମହାରମାରୀ କରୋନା ସାରା ବିଶ୍ୱର ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ଅନେକ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି। ହେଲେ ମହାମାରୀର କଟକଣା ସତ୍ୱେ ୨୦୨୦-୨୦୨୧ ଆର୍ଥିିର୍କ ବର୍ଷରେ ଦାମନଯୋଡ଼ିସ୍ଥିତ ନବରତ୍ନ କମ୍ପାନୀ ନାଲକୋ ରେକର୍ଡ ପରିମାଣର ବକ୍ସାଇଟ୍ ଓ ଆଲୁମିନିୟମ୍ ଉତ୍ପାଦନ କରି ଆନ୍ତର୍ଜାତୀୟସ୍ତରରେ ରେକର୍ଡ ସୃଷ୍ଟି କରିବା ସହ କୋରାପୁଟ ଜିଲ୍ଲାର ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ସୂଚନାଯୋଗ୍ୟ, ନାଲକୋ ୨୦୧୮-୧୯ ବର୍ଷରେ ୭୨ ଲକ୍ଷ ୩୦ ହଜାର ୫୪୬ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିବାବେଳେ ୨୦୧୯-୨୦ରେ ୭୩ ଲକ୍ଷ ୨ହଜାର ୨୪୫ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିଲା। ହେଲେ ୨୦୨୦-୨୧ ଆର୍ଥିକ ବର୍ଷରେ କରୋନାର ପ୍ରବଳ କଟକଣା ରହିବା ସତ୍ୱେ ନାଲକୋ କର୍ମଚାରୀ, ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ନିଷ୍ଠାପର ସେବା ଯୋଗୁ ନାଲକୋ ଖଣି ଓ ବିଶୋଧନାଗାର ବିଭାଗ ଦ୍ୱାରା ରେକର୍ଡ ପରିମାଣର ୭୩ଲକ୍ଷ ୭୫ହଜାର ମେଟ୍ରିକ୍ ଟନ ବକ୍ସାଇଟ୍, ୨୦ଲକ୍ଷ ୮୫ ହଜାର ୫୦୦ ଟନ୍ ଆଲୁମିନା ହାଇଡ୍ରେଡ୍ ଓ ୨୦ଲକ୍ଷ ୫୯ହଜାର ଟନ୍ ଆଲୁମିନା ଉତ୍ପାଦିତ କରିଛି। ଏହା କେବଳ ନାଲକୋ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଶ ଓ ରାଜ୍ୟ ପାଇଁ ଥିବା ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସମ୍ଭବ ହୋଇପାରିଛି ବୋଲି ନାଲକୋ କର୍ତୃପକ୍ଷ କହିଛନ୍ତି।




WWW. SOCIALNEWSODIA.INFO