23/04/2021


ତାଳଚେର/ଅନୁଗୋଳ 📌


EDITOR BY/- Srinibash Rout

M.C.L ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର (୨୩/୦୪/୨୦୨୧) କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଅନୁଗୋଳ ଜିଲ୍ଲାରେ କୋଭିଡ୍ ମାମଲା ବଢୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡିକାଲ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବା ନିହାତି ଆବଶ୍ୟକ । କୋଭିଡର ପ୍ରଥମ ଲହରି ବେଳେ ୧୪୪ ଶଯ୍ୟା ବିଶିଷ୍ଟ ଓ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେର ସ୍ଥିତ M.C.L ହସ୍ପିଟାଲ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ସଂକ୍ରମଣ ବ୍ୟାପୁଥିବାରୁ ଏହି ହସ୍ପିଟାଲକୁ I.C.U ସୁବିଧା ଓ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ଚିଠିରେ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ ।ଓଡ଼ିଶାରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ।



WWW. SOCIALNEWSODIA.INFO