12/04/2021
କଟକ 📌
Chief Reporter & Editor/- Srinibash Rout
ଶନିବାର ( ୧୦/୦୪/୨୦୨୧) S.C.B. Medical College and Hospital ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍ POLICE କଟକ ଜିଲ୍ଲାର ସୀମାକୁ ସିଲ୍ କରି ରାତି ତମାମ ଖୋଜାଖୋଜି କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ
ଆନ୍ଧ୍ରପ୍ରଦେଶ POLICEର ଯୋଗାଯୋଗରେ ଓଡ଼ିଶା ପୁଲିସ ରହିଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଉନି COMMISSIONERATE POLICE । କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର କଥା ଆଜି ଅର୍ଥାତ୍ ସୋମବାର ( ୧୨/୦୪/୨୦୨୧) ହାଇଦରର ସହଯୋଗୀ ସଲ୍ଲୁ ଓରଫ ୟାକୁବ POLICE ନିକଟରେ ଆତ୍ମସମର୍ପଣ କରିଛି ।Hospitalରୁ ହାଇଦର ଫେରାର ହେବା ଦିନ ସଲ୍ଲୁ କୁଆଡେ ବିରିୟାନୀ ଯୋଗାଇଥିଲା ବୋଲି କୁହାଯାଉଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ସଲ୍ଲୁ ଓରଫ ୟାକୁବ ।ମାତ୍ର ସଲ୍ଲୁର ଆତ୍ମସମର୍ପଣ ପଛରେ କି କାରଣ ଥାଇପାରେ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ହୁଏତ ହାଇଦର ଫେରାର ହେବା ଘଟଣାକୁ ନେଇ ବିଭ୍ରାନ୍ତ କରିବାକୁ ସଲ୍ଲୁ ଆତ୍ମସମର୍ପଣ କରିଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହେଉଛି ।
www. socialnewsodia.info
0 Comments