Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

S.C.B ବଡ଼ ମେଡ଼ିକାଲ୍ ପରିସରରୁ ୬ ଜଣ ଦଲାଲ୍ ଗିରଫ; ସୂଚନା ଦେଲେ D.C.P 🚨

 




O3/04/2021


କଟକ 📌


Chief Reporter & Editor/- Srinibash Rout

ଦଲାଲଙ୍କ ଉପରେ କଡା ନଜର ରଖାଯିବ ସୂଚନା ଦେଲେ D.C.P । କଟକ ସହରରେ ବହୁତ ସାଧା ସିଧା ଜଣାପଡ଼ୁଥିବା ଯୁବକ କ'ଣ ବରିଷ୍ଠ ଭଦ୍ର ବ୍ୟକ୍ତି ମାନେ ଏହି ଅନୀତି ଦୁର୍ନୀତି କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଗରିବ ଖଟିଖିଆ ଦିନ ମଜୁରିଆ ପରିବାରର ଅସହାୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦଲାଲ୍ ବୁଲୁଛନ୍ତି ଚିକଣିଆ ମନଛୁଆଁ କଥା କହି ଆପଣଙ୍କ ଚିନ୍ତାଧାରା ବଦଲାଇଦେବେ । ତାହାପରେ ଆପଣଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ପ୍ରଲୋଭିତ ଦେଖାଇ ଲୁଟୁ ଛନ୍ତି। ଗତକାଲି ଶୁକ୍ରବାର (୦୨/୦୪/୨୦୨୧) କଟକ ପୋଲିସ୍ କଟକ ବଡ଼ ଡାକ୍ତରଖାନା (SCB) ରେ ଚଢ଼ାଉ କରି ୬ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦଲାଲଙ୍କ ମଧ୍ୟରେ ମେଡିକାଲର ୨ କର୍ମଚାରୀ ଓ ୪ ଆମ୍ବୁଲାନ୍ସ ଡ୍ରାଇଭର, S.C.B ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଥିଲେ, ରାକେଟରେ ଆହୁରି ବହୁ କର୍ମଚାରୀ ଓ ଡାକ୍ତରଙ୍କ ସଂପୃକ୍ତି ସନ୍ଦେହ ଓ  ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି କଟକ D.C.P



www. socialnewsodia.info

Post a Comment

0 Comments