୨୨/୦୪/୨୦୨୧
ଯାଜପୁର📌
EDITOR BY/- Srinibash Rout
ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା ।ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍ ଖୋଜିବା ପରେ ତାଙ୍କ ମୋବାଇଲ୍ ମିଳିଥିଲା । ଆଉ ସେଥିରୁ ହିଁ ପୁଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।
ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝରାଫୁଲ ଶବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତି ଶେଖର ସ୍ବାଇଁ ଆଜିଯାଏଁ ଫେରାର ରହିଥିବା ବେଳେ ଗୁରୁବାର (୨୨/୦୪/୨୦୨୧) ତାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଧରାପଡିବା ପରେ ଝରାଫୁଲ ହତ୍ୟା ଘଟଣା ଉପରୁ ପରଦା ଉଠିଛି ।ମାତ୍ର ୩୦ ହଜାର ଟଙ୍କା ପାଇଁ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଝରାଫୁଲକୁ ହତ୍ୟା କରିଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାକେଶ ବାଇକ କିଣିବା ଲାଗି ଝରାଫୁଲଙ୍କଠାରୁ ୩୦ ହଜାର ଟଙ୍କା ନେଇଥଲା। ଟଙ୍କା ଫେରାଇବା ଲାଗି ଦିନ ଗଡ଼ାଇବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଟଙ୍କା ନଦେଲେ ରାକେଶର ଘରକୁ ଯାଇ କହିବ ବୋଲି ଝରାଫୁଲ ଚେତାବନୀ ଦେଇଥିଲା। ସେଥିପାଇଁ ଟଙ୍କା ଦେବା ବାହାନାରେ ଝରାଫୁଲକୁ ରାକେଶ ଡକାଇଥିଲା। ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇଥିଲା। ପରେ ୨୬ ତାରିଖରେ ଝରାଫୁଲକୁ ଏକ ଓୟୋ ହୋଟେଲକୁ ନେଇଯାଇଥିଲା ରାକେଶ। ସେଠାରେ ବଳପୂର୍ବକୁ ଝରାଫୁଲକୁ ମଦ ପିଆଇଥିଲା ରାକେଶ। ମଦ ପିଇ ଚେତାଶୂନ୍ୟ ହେଲା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ ଉଭୟ ସହଯୋଗୀଙ୍କୁ ଡାକି ରାକେଶ ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା। ଘଟଣାରେ ରାକେଶ ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ରିମାଣ୍ଡରେ ଆଣି ସେମାନଙ୍କୁ ଅଧିକ ପଚରାଉଚୁରା କରାଯିବ ବୋଲି ଏସପି କହିଛନ୍ତି। ଖୁବଶୀଘ୍ର ମାମଲାର ଚାର୍ଜସିଟ ପ୍ରସ୍ତୁତ କରାଯିବ।
WWW. SOCIALNEWSODIA.INFO
0 Comments