01/04/2021


🌍


Editor by/- Srinibash Rout

କରୋନା ଭାଇରସ ମହାମାରୀ ରୂପ ବଦଳାଉଛି। କିଛି ଦିନ ହେବ ରାଜ୍ୟର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍‌ କରିଥିବା ବେଳେ ବୁଧବାର (୩୧/୦୩/୨୦୨୧) ୩ଶହ ନିକଟତର ହୋଇଛି। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଏପ୍ରିଲ୍‌ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍‌ଲାଇନ୍‌ । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସର୍ତ୍ତମୂଳକ ଭାବେ ହୋଇପାରିବ ସଭା, କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବେ ଜିଲ୍ଲାପାଳ ଓ କମିସନର, ଆବଦ୍ଧ ଜାଗାରେ କ୍ଷମତାର ୫୦% ଲୋକଙ୍କୁ ନେଇ ହେବ ସଭା,  ସ୍କୁଲ ଖୋଲିବ କି ନାହିଁ ନିଷ୍ପତ୍ତି ନେବେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ, ପିପିଲି ଉପନିର୍ବାଚନ ଦୃଷ୍ଟିରୁ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି, ନିୟମ ମାନି ସର୍ବାଧିକ ୨୦୦ ଲୋକଙ୍କୁ ନେଇ ରାଲି କରିପାରିବେ ରାଜନୈତିକ ଦଳ।


ଏହାସହ ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ କୁହାଯାଇଛି  ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟ୍‌ ଉପରେ ଗରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଥିବା ବେଳେ ଯଥା ସମ୍ଭବ ଅଧିକ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି।ଜିଲ୍ଲାପାଳ ଏବଂ ମ୍ୟୁନିସ୍‌ପାଲ୍‌ କମିଶନର୍‌ଙ୍କ ହାତରେ କ୍ଷମତା ରହିବା ସହିତ କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ସେମାନେ ନିଷ୍ପତ୍ତି ନେଇପାରିବେ । ଘରକୁ ଘର ସର୍ଭେ ହେବ ।


www. socialnewsodia.info