05/05/2021
ନୂଆଦିଲ୍ଲୀ 📌
EDITOR BY/- Srinibash Rout
ଭାରତୀ ଏଆରଟେଲ, ରିଲାଏନ୍ସ ଜିଓଇନଫୋକମ୍, ଭୋଡାଫୋନ ଆଇଡିଆ ଓ ଏମ୍ଟିଏନ୍ଏଲ୍ ଦେଶର ବିଭିନ୍ନ ଅର୍ଦ୍ଧ ସହରୀ ଓ ସହରାଞ୍ଚଳରେ ୫ଜି ପରୀକ୍ଷା କରିବେ।
୫ଜି ଟେକ୍ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର (୪/୦୫/୨୦୨୧) ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର୍ସ (ଟିଏସ୍ପିଏସ୍)କୁ ଅନୁମତି ଦେଇଛି ଟେଲିକମ୍ ବିଭାଗ। ଟେଲିକମ୍ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଟେଲିକମ୍ ସେବା ଯେଗାଇ ଦେଉଥିବା କମ୍ପାନୀ ମାନେ ଏରିକ୍ସନ୍, ନୋକିଆ,ସାମସଙ୍ଗ, ସି-ଡଟ୍ ଏବଂ ରିଲିଆନ୍ସ ଜିଓ ଇଣ୍ଡିଜିନିଆସ୍ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରରେ ଏହି ପରିକ୍ଷା କରିବେ । ତେବେ ସରକାରଙ୍କର ଏହି ନିଷ୍ପତିରୁ ଜଣା ପଡୁଛି ଚାଇନା କମ୍ପାନୀ ଗୁଡିକୁ ୫ଜି ପ୍ରକ୍ରିୟାରୁ ସରକାର ବାହରେ ରଖିବାକୁ ଚାହୁଁଛନ୍ତି ।
ପୂର୍ବରୁ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡ଼ିଆ ଚାଇନାର ହୁଆଓ୍ବାଇର ଟେକ୍ନୋଲୋଜି ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଦାଖଲ କରିଥିବା ଆବେଦନରୁ ବାଦ୍ ପଡ଼ିଥିଲା ଚାଇନିଜ ଭେଣ୍ଡର।
ଟେଲିକମ୍ ଅପରେଟର୍ସଙ୍କୁ 5G ପରୀକ୍ଷା ଲାଗି ବର୍ତ୍ତମାନ ସ୍ପେକ୍ଟ୍ରମ (୮୦୦ ଏମ୍ଏଚ୍ଜେଡ୍, ୯୦୦ ଏମ୍ଏଚ୍ଜେଡ୍, ୧୮୦୦ ଏମ୍ଏଚ୍ଜେଡ୍ ଓ ୨୫୦୦ ଏମ୍ଏଚ୍ଜେଡ୍)କୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ପରୀକ୍ଷଣର ଅବଧି, ବର୍ତ୍ତମାନ, ୬ ମାସ ପାଇଁ । ଉପକରଣ କ୍ରୟ ଏବଂ ସେଟିଂ ପାଇଁ ଏହା ୨ ମାସର ସମୟ ଅନ୍ତର୍ଭୂକ୍ତ ।ଏହି ପରିକ୍ଷାରେ କୌଣଷି ଚାଇନାର କମ୍ପାନୀ ପ୍ରଥ୍ୟେକ୍ଷ ଭାବରେ ଜଡିତ ରହିବେ ନାହିଁ ।
WWW. SOCIALNEWSODIA.INFO
0 Comments