17/05/2021
📌
EDITOR BY/- Srinibash Rout
ଓଡିଆ ଚଳଚ୍ଚିତ୍ର ଜଗତରେ ବହୁ ଜଣାଶୁଣା ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର (୧୭/୦୫/୨୦୨୧) ସକାଳ ସମୟରେ ଦେହାନ୍ତ ଘଟିଛି । ୬୩ବର୍ଷ ବୟସରେ ଅମରେନ୍ଦ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।୧୯୫୮ ମହିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅମରେନ୍ଦ୍ର ମହାନ୍ତି ।ଅମରେନ୍ଦ୍ର ଓଡ଼ିଆ ସଙ୍ଗୀତ ଜଗତରେ ଜଣେ ଜଣାଶୁଣା ସଙ୍ଗୀତଜ୍ଞ ଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଏବଂ ଭଜନ, ହିଟ୍ ଫିଲ୍ମ ଆଲବମ୍ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ଅମରେନ୍ଦ୍ରଙ୍କ ସୁପର ହିଟ୍ ପୁଚୁକି ଗାଲି ଗୀତ ଓଡ଼ିଶାରେ ଚହଳ ପକାଇଥିଲା ।ତାଙ୍କ ଏପରି ଅକଳା ବିୟୋଗରେ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନେ କରାଯାଉଛି ।
WWW. SOCIALNEWSODIA.INFO
0 Comments