29/05/2021


📌


EDITOR BY/- Srinibash Rout

ବାତ୍ୟା ଯାସ୍‌ରେ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଶୁକ୍ରବାର (୨୮/୦୫/୨୦୨୧) ଓଡ଼ିଶା ଆସିଥିଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ହୋଇଥିଲା। ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ସାମୀକ୍ଷା ବୈଠକ ପରେ ରାଜ୍ୟର ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଆକାଶ ମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାଥମିକ କ୍ଷୟକ୍ଷତି ଆକଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାଥମିକ ପର୍ଯ୍ୟାୟରେ ୫୦୦ କୋଟି ସହାୟତା ରାଶି ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି I କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ଖବୁ ଶୀଘ୍ର ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।ତେବେ ୟାସ ବାତ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ପକ୍ଷରୁ କୌଣସି ସହାୟତା ଦାବି କରାଯାଇ ନଥିଲା। ୟାସ କ୍ଷୟକ୍ଷତିକୁ ରାଜ୍ୟ ସରକାର ତୁଲାଇ ଦେବେ ବୋଲି ସୂଚନା ଦେଇଥିଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।ବରଂ ବାତ୍ୟାରୁ ରକ୍ଷା ପାଇବା ନିମନ୍ତେ ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଚାହିଁଥିଲେ ।



ବାତ୍ୟା ପାଇଁ ମୋଟ ୧୦୦୦ କୋଟିରେ ସହାୟତା ଘୋଷଣା ହୋଇଛି। ସେଥିମଧ୍ୟରୁ ଓଡ଼ିଶାକୁ ଏକାକୀ ୫୦୦ କୋଟି ଟଙ୍କାର ସହାୟତା ମିଳିଥିବା ବେଳେ ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ମିଳିଛି।


WWW.SOCIALNEWSODIA.INFO📡