୧୪ । ୦୫ । ୨୦୨୧
କେନ୍ଦ୍ରାପଡା
ରାଜନଗର
Reporter- Pramod kumar Bal
ଜଗନ୍ନାଥପୁର ରାଜନଗର ବ୍ଲକ ଅଧୀନ ସାନବଡ଼ ଗୋପାଳ ପୁର ପଞ୍ଚାୟତ ରେ ମହାଦୁର୍ନୀତି ହୋଇଛି l ଜଗନ୍ନାଥ ପୁର ଗାଁରେ ଏକ ଡ୍ରେନ ହୋଇଛି ଯାହାର ଅଟକଳ ମୂଲ୍ୟ ଏକ ଲକ୍ଷ ଟଙ୍କା କିନ୍ତୁ କାମ ହୋଇଛି କେବଳ ସାଠିଏ ହଜାର ଟଙ୍କାର କିନ୍ତୁ ସାନବଡ଼ ଗୋପାଳ ପୁର ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଖୁଲମ ଖୁଲା ଲାଞ୍ଚ ନେଇକି ଵିଲ ପାସ କରୁଛନ୍ତି ଯାହା ଜଗନ୍ନାଥ ପୁର ୱାର୍ଡ ମେମ୍ବର ସାବିତ୍ରୀ ସେଠୀଙ୍କ ପୁତ୍ର ଅଖିଳ କୁମାର ସେଠି ବୟାନ ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ କହୁଛନ୍ତି ଗମେଣ୍ଟ ରୁଲ ଅଛି ତୁମକୁ ଏକ ଲକ୍ଷରୁ କେବଳ 65000ଟଙ୍କା କେବଳ ମିଳିବ ଆଉ ଅବଶିଷ୍ଟ ପିସି ବାବଦେ ଆମେ ନେବୁ l ଏବଂ ଫନି ବାତ୍ୟାରେ ଜଗନ୍ନାଥ ପୁର ପ୍ରାଥମିକ ବିଦ୍ୟାଳୟ କିଛି ଜାଗା କ୍ରାକ ହୋଇଥିଲା ସେଥିପାଇଁ ମଞ୍ଜୁର ହୋଇଥିଲା 150000ଟଙ୍କା କିନ୍ତୁ କାମ 50000ଟଙ୍କାର ହୋଇ ନାହିଁ l ନିର୍ବାହୀ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ସମସ୍ତ ଗମେଟ କାମକୁ ଯେଉଁ ଲୋକଙ୍କୁ ଦେଉଛନ୍ତି କାମ କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ନେଉଛନ୍ତି ବା ପିସି କାରବାର କରୁଛନ୍ତି l ୟାହା କେବଳ ଦୁଇଟି କାର୍ଯ୍ୟରେ କେବଳ ଦୁର୍ନୀତି ହୋଇଛି ୟାହା ବି ନୁହେଁ ଲମ୍ବା ତାଲିକା ନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ଅଛି ଆଉ ଏକ ପ୍ରୋଜେକ୍ଟ ପିଣ୍ଡି ସେଥିରେ ମଧ୍ୟ ବହୁତ ବଡ଼ ଘୋଟଲା ନିର୍ବାହୀ ଯନ୍ତ୍ରୀଙ୍କର ହାତ ମଧ୍ୟ ରହିଛି l କେବଳ ନିର୍ବାହୀ ଯନ୍ତ୍ରୀ ଏ ସବୁ କାମରେ ଦୁର୍ନୀତି କରୁଛନ୍ତି ୟାହା କହିବା ଠିକ ନୁହେଁ ଏଥିରେ ଆହୁରି ଉପରସ୍ତ ଅଧିକାରୀଙ୍କ ହାତ ମଧ୍ୟ ଅଛି l ଖାଲି ଏତିକି ନୁହେଁ ସନାବଡ଼ ଗୋପାଳ ପୁର ପଞ୍ଚାୟତ ମହା ଦୁର୍ନୀତି ର ଗନ୍ତାଘର କହିଲେ ଅତୃପ୍ତି ହେବ ନାହିଁ ଯଥା -ଜବ କାର୍ଡ ରେ ମୋହା ଘୋଟାଲା ଲୋକେ ଦିଲ୍ଲୀ ରେ ରହିକି ଏଠି ଗାଁରେ ଟଙ୍କା ପାଇଲେ ଜବ କାର୍ଡ ମାଧ୍ୟମରେ,ଲୋକଙ୍କ ବଦଳରେ ଜେସିବି କାମ କଲା କିନ୍ତୁ ଲୋକେ ଟଙ୍କା ପାଇଲେ ଭିକାରିଙ୍କ ଭଳି ଯାହା ଇଚ୍ଛା ହେଲା ଟଙ୍କା ଛାଡିଲେ ଜବ କାର୍ଡ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ l ଯେଉଁଠି 10000 ମିଳିବା କଥା ଗୋଟେ ହିତାଧିକାରୀକୁ ସେଠି ମିଳିଲା 4600ଟଙ୍କା l ସନାବଡ଼ ଗୋପାଳ ପୁର ପଂଚାୟତ ର ମହା ଘୋଟାଲା ଦିନକୁ ଦିନ ଖୋଲିବାରେ ଲାଗିଛି ୟାହା ଅତି ଦୁଃଖ ଦାୟକ l ଯେଉଁ ମାନଙ୍କର ବୟସ 48 ସେମାନଙ୍କୁ 3ବର୍ଷ ହେବ ମିଳୁଛି ବୃଦ୍ଧା ଭତା ଯାହା ଇଲିଗାଲ l ଜଗନ୍ନାଥ ପୁର ଗ୍ରାମରେ ଇଲିଗାଲ ରୂପେ ବୃଦ୍ଧା ଭତା ପାଉଛନ୍ତି 5ଜଣ କେବଳ ଜଗନ୍ନାଥ ପୁର ଗ୍ରାମରେ ନୁହେଁ ବହୁତ ଗାଁରେ ବି ମଧ୍ୟ ନର୍ବାହୀ ଯନ୍ତ୍ରୀ ଲାଞ୍ଚ ଖାଇକି କମ ବୟସ୍କ ଲୋକଙ୍କୁ ଭତା କରୁଛନ୍ତି l ଏତିକିରେ ମଧ୍ୟ ଘୋଟାଲା ଶେଷ ହୋଇ ନାହିଁ ଆହୁରି ମଧ୍ୟ ଲମ୍ବା ତାଲିକା ମଣ୍ଡପ ପାଇଁ ଆସିଛି 200000ଟଙ୍କା କାମ ହେଉନାହିଁ 100000ଟଙ୍କାରବି ଏବଂ ଯେଉଁମାନଙ୍କର ଚାଳ ଘର ସେମାନଙ୍କୁ ବିଜୁ ପକ୍କାଘର ମିଳୁ ନାହିଁ କିନ୍ତୁ ଯିଏ 20000ଟଙ୍କା ଦେବ ସାଙ୍ଗେ ସାଙ୍ଗେ କୋଠା ଘର ମିଳିବ ଏ ସମସ୍ତ ମହା ଘୋଟାଲା ରେ କେବଳ ନିର୍ବାହୀ ଯନ୍ତ୍ରୀ ଆହୁରି ମଧ୍ୟ ଉପରସ୍ତ ପଦାଧିକାରୀ ମାନେ ମଧ୍ୟ ସାମିଲ ଅଛନ୍ତି l
0 Comments